ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପରିବା ବ୍ୟବସାୟୀଙ୍କୁ ଆକ୍ରମଣ ମାମଲାରେ ଭିନ୍ନ ମୋଡ଼ : ଜେଲ୍ ଗଲେ ଭବ, ଥାନାରୁ ମାମଲା ପ୍ରତ୍ୟାହୃତ କଲେ ବ୍ୟବସାୟୀ

Published By : Rasmita Pradhan | November 23, 2024 1:09 PM

ଯାଜପୁର, ୨୩/୧୧ : ବିରଜା ହାଟରେ ପରିବା ବ୍ୟବସାୟୀଙ୍କୁ ଆକ୍ରମଣ ମାମଲା। ଜେଲ ଗଲେ ଯାଜପୁର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ। ସୂଚନା ଦେଲେ ଭବ ପ୍ରସାଦଙ୍କ ଓକିଲ ପୂର୍ଣ୍ଣଚନ୍ଦ୍ର ଦେଓ। ଭବଙ୍କୁ ଗିରଫ କରିବା ପରେ ଟାଉନ ଥାନା ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ହେଲେ କୋର୍ଟରେ ବେଲ୍ ଆବେଦନ ପାଇଁ ସେ ମନା କରିଦେଇଥିଲେ। ବିନା ଦୋଷରେ ପୋଲିସ ଅନେକଙ୍କୁ ଗିରଫ କରୁଛି। ତେଣୁ ସେ ଜେଲ୍ ଯିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ବୋଲି କହିଥିଲେ। 

ସେପଟେ ଏହି ଘଟଣା ଭିନ୍ନ ମୋଡ଼ ନେଇଛି। ଭବ ପ୍ରସାଦଙ୍କ ନାଁରେ ଅଭିଯୋଗ କରିଥିବା ବ୍ୟବସାୟୀ ମଦନ ନାୟକ ମାମଲା ପ୍ରତ୍ୟାହାର କରିନେଇଛନ୍ତି। ମଦନ ନାୟକ ଟାଉନ ଥାନାରେ ପହଞ୍ଚି ଭବ ପ୍ରସାଦଙ୍କ ନାମରେ ଦେଇଥିବା ଏତଲା ପ୍ରତ୍ୟାହାର କରିଛନ୍ତି। ଆକ୍ରମଣ କରିବା ଏବଂ ଟଙ୍କା ନେବା କଥା ମିଛ, ଭୁଲ୍‌ରେ ଏଭଳି କରିଦେଇଛି ବୋଲି ବ୍ୟବସାୟୀ ଜଣଙ୍କ କହିଛନ୍ତି। 

ପ୍ରକାଶ ଥାଉକି, ବବି ଦାସଙ୍କ ଭାଇ ଭବପ୍ରସାଦ ଦାସ ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ସହ ତାଙ୍କ ପରିବା ଫିଙ୍ଗି ଦେଇଥିବା ୨ ଦିନ ତଳେ ଅଭିଯୋଗ ହୋଇଥିଲା। ବ୍ୟବସାୟୀ ମଦନ ନାୟକ ଏନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ଭବପ୍ରସାଦଙ୍କୁ ଶୁକ୍ରବାର ଘରୁ ରାତି ଅଧିଆ ଉଠାଇ ଆଣିଥିଲା। ଆଜି କୋର୍ଟ ଚାଲାଣ କରିଥିଲା। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.