ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ରୂପ ସିଂ ମାଝୀ ନିଖୋଜ ଘଟଣା : ୨ ଦିନ ତଳେ ଗାଁ ପୋଖରୀରୁ ଉଦ୍ଧାର ହୋଇଥିଲା ମୁଣ୍ଡବିହୀନ ଶରୀର, ଆଜି ମିଳିଲା ମୁଣ୍ଡ

Published By : Rasmita Pradhan | May 30, 2025 2:07 PM

ଭବାନୀପାଟଣା, ୩୦।୫: କଳାହାଣ୍ଡି ଜିଲ୍ଲା କଳମପୁର୍ ଥାନା ଦେପୁର ଗାଁର ରୂପ ସିଂ ମାଝୀ ନିଖୋଜ ଘଟଣା। ଗତ ୨୮ ତାରିଖରେ କଳମପୁର୍‌ ପୁଲିସ ମୃତକଙ୍କ ଗଣ୍ଡି ଉଦ୍ଧାର କରିଥିବା ବେଳେ ୨ ଦିନର କସରତ ପରେ ଶୁକ୍ରବାର ମୁଣ୍ଡ ଉଦ୍ଧାର କରିଛି। ରୂପ ସିଂଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା କୁହାଯାଉଛି। 

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ କଳମପୁର୍ ଥାନା ପୁଲିସ ଅଧିକାରୀ ନୀଳାମ୍ବର ଜାନିଙ୍କ ଉପସ୍ଥିତିରେ ବଲାଙ୍ଗୀରରୁ ଆସିଥିବା ଓଡ୍ରାଫ ଟିମ୍ ଦେପୁର ଗାଁ ପୋଖରୀରୁ ଯେଉଁଠୁ ରୂପ ସିଂ ମାଝୀଙ୍କ ଗଣ୍ଡି ଉଦ୍ଧାର କରିଥିଲା ସେଠାରେ ପୁଣି ଥରେ ଖୋଜାଖୋଜି ଆରମ୍ଭ କରିଥିଲା। ପୂର୍ବାହ୍ନ ୧୨ଟା ବେଳେ ରୂପ ସିଂଙ୍କ ଗଳିତ ମୁଣ୍ଡ ଉଦ୍ଧାର ହୋଇଛି।   

ପ୍ରକାଶ ଥାଉକି, ଦେପୁର ଗାଁର ରୂପ ସିଂ ମାଝୀ ଗତ ୨୦ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ କଳମପୁର୍ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ଖୋଜ୍ ଖବର ମିଳିନଥିଲା। ଏହାପରେ ପରିବାର ଲୋକେ ଥାନା ସମ୍ମୁଖରେ ଧାରଣା ଦେବା ସହିତ ରୂପ ସିଂଙ୍କୁ ୩ ଜଣ ଯୁବକ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କ୍ରମେ ଜଣେ ଯୁବକଙ୍କୁ ହାଇଦ୍ରାବାଦରୁ ଗିରଫ କରି ପଚରା ଉଚରା କରିଥିଲା। ଗିରଫ ହୋଇଥିବା ଯୁବକ ସେହି ଗାଁର ଲିଙ୍ଗ ମାଝୀ ଗୁଣିଗାରେଡି ସନ୍ଦେହରେ ରୂପ ସିଂଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଥିଲା। ଗତ ବୁଧବାର ହତ୍ୟାକାରୀ ଯୁବକଙ୍କୁ ଆଣି ପୁଲିସ ସିନ୍ ରିକ୍ରିଏସନ୍ କରିଥିଲା। ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ମାରି ପୋଖରୀରେ ମୃତଦେହକୁ ଲୁଚେଇ ଥିବା ଜଣାପଡିବା ପରେ କଳାହାଣ୍ଡି ପୁଲିସ ବଲାଙ୍ଗୀର ଓଡ୍ରାଫ୍ ଟିମ୍ ସାହାଯ୍ୟରେ ମୃତଦେହ ଉଦ୍ଧାର କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.