ଭଦ୍ରକ,୦୨/୧୦: ଭଦ୍ରକ ଅଶାନ୍ତି ଘଟଣା । ଦୀର୍ଘ ୪ ଦିନ ପରେ ଜିଲ୍ଲା ତମାମ ଉଠିଲା ଇଣ୍ଟରନେଟ ଉପରେ କଟକଣା । ବର୍ତ୍ତମାନ ଜିଲ୍ଲାରେ ଇଣ୍ଟରନେଟ ଉପଲବ୍ଧ । ସୋସିଆଲ ମିଡ଼ିଆ ରେ ପୋଷ୍ଟିଂ ଉପରେ ପ୍ରଶାସନ ର ନଜର । ବିବାଦୀୟ ଓ ଆପତ୍ତିଜନକ ପୋଷ୍ଟ ହେଲେ କାର୍ଯ୍ୟନୁଷ୍ଠାନ ।

ସୂଚନା ମୁତାବକ, ସୋସ୍ଆଲ ମିଡିଆରେ ବିବାଦୀୟ ଓ ଆପତ୍ତିଜନକ ପୋଷ୍ଟକୁ ନେଇ ବିଗତ ଦିନରେ ଅଶାନ୍ତ ହୋଇ ଉଠିଥିଲା ଭଦ୍ରକ । ଏନେଇ ଜିଲ୍ଲା ତମାମ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଥିଲା ।  ତେବେ ଦୀର୍ଘ ୪ ଦିନ ପରେ ଇଣ୍ଟରନେଟ ଉପଲବ୍ଧ ହୋଇଛି । ଏଭଳି ସ୍ଥିତିରେ ପୂର୍ବଭଳି ଭୁଲ୍‌ର  ପୁନରାବୃତ୍ତି ନ ହେବା ପାଇଁ, ପୋଲିସ ସତର୍କ ରହିଛି । ଏମିତି ପୋଷ୍ଟ ନଜରକୁ ଆସିଲେ ପୋଲିସକୁ ଜଣାଇବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି । 

ସୋସିଆଲ ମିଡିଆରେ ମନ୍ତବ୍ୟକୁ ନେଇ ଶୁକ୍ରବାର ଭଦ୍ରକର ପୁରୁଣା ବଜାର ଅଞ୍ଚଳ ଅଶାନ୍ତ ହୋଇପଡ଼ିଥିଲା । ଦିନ ତମାମ ପୁଲିସ ପଇଁତରା ମାରିଥିଲା । ଅସ୍ଥାୟୀ ଟେଣ୍ଟ ପକାଇ ଛକ ବଜାର ଜଗି ରହିଥିଲା ।  ସହରରେ ୧୬୩ ଧାରା ବଳବତ୍ତର ରହିଥିଲା ।  ଉତ୍ତେଜନାମୂଳକ ପରିସ୍ଥିତିକୁ ଦେଖି ଜିଲ୍ଲାବ୍ୟାପୀ  ଇଣ୍ଟରନେଟ ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିଲା ।