ପ୍ରମୂଖ ଖବର
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

‘ମୋଦିଙ୍କ ନାଁର ସିନ୍ଦୁର ଲଗାଅ, ଏକ ରାଷ୍ଟ୍ର…’ , ମାନ୍‌ଙ୍କ ବୟାନକୁ ନେଇ ବଢିଲା ବିବାଦ, ବିଜେପିର କଡ଼ା ସମାଲୋଚନା

Published By : Harapriya Biswal | June 3, 2025 8:11 PM

ନୂଆଦିଲ୍ଲୀ,୩।୬:  ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପକ୍ଷରୁ ‘ଅପରେସନ୍ ସିନ୍ଦୁର’ ଉପରେ ଦିଆଯାଇଥିବା ଟିପ୍ପଣୀକୁ ନେଇ ହଙ୍ଗାମା ଆରମ୍ଭ ହୋଇଛି। ବିଜେପି ଏହାକୁ ନେଇ ତାଙ୍କୁ କଡ଼ା ସମାଲୋଚନା କରିଛି। ବିଜେପି ପଞ୍ଜାବ ମୁଖପାତ୍ର ପ୍ରୀତପାଲ୍‌ ସିଂହ  ବଲିୟାଭାଲ ମାନ୍‌ଙ୍କ ବୟାନକୁ ସମ୍ବେଦନହୀନ ଓ ଲଜ୍ଜାଜନକ ବୋଲି କହିଛନ୍ତି। ସିଏମ୍‌ ମାନ୍ ପ୍ରେସ୍ କନଫ୍ରେନ୍ସରେ ‘ଅପରେସନ ସିନ୍ଦୂର’ ବିଷୟରେ କହିଛନ୍ତି, କ’ଣ ଆପଣ ମୋଦିଙ୍କ ନାଁରେ ସିନ୍ଦୂର ଲଗାଇବେ ? କ’ଣ ଏହା ଏକ ରାଷ୍ଟ୍ର, ଏକ ପତି ଯୋଜନା କି ?  ବିଜେପି ଏହାକୁ ଭାରତୀୟ ସେନା ଓ ବୀର ନାରୀଙ୍କ ଅପମାନ ବୋଲି କହିଛି। ଏହା ସହ ତୁରନ୍ତ ଇସ୍ତଫା ଓ କ୍ଷମାର ଦାବି କରାଯାଉଛି।

ପ୍ରୀତପାଲ ସିଂହ ବଲିୟାଭାଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସିଏମ୍‌ ମାନ୍‌ଙ୍କ ବୟାନର ଭିଡିଓ ସେୟାର କରଛି। ସେ କହିଛନ୍ତି ‘ଅପରେସନ୍ ସିନ୍ଦୂର’ ର ଉଦେଶ୍ୟ ଆତଙ୍କବାଦୀଙ୍କ ପକ୍ଷରୁ ହିନ୍ଦୁଙ୍କୁ ତାଙ୍କ ଧାର୍ମିକ ପରିଚୟ, ଯେପରିକି ସିନ୍ଦୂର ଆଧରରେ ଟାର୍ଗେଟ କରି ହତ୍ୟାର ଜାବ୍ ଦେବାର ଥିଲା। ସେ କହିଛନ୍ତି, ଏହି ଅପରେସନ୍ ଆତଙ୍କବାଦ, ବଳିଦାନ ଓ ଭାରତୀୟ ନାଗରିକଙ୍କ ସୁରକ୍ଷା ସହ ଜଡିତ ଥିଲା। କିନ୍ତୁ ଏହାକୁ ନେଇ କଟାକ୍ଷ କରିବା ସେନା ଓ ପବିତ୍ର ପ୍ରତୀକର ଅପମାନ। ବିଜେପି କହିଛି, ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ସିନ୍ଦୂରର ମହତ୍ବ ଜଣାନାହିଁ ଓ ସେ ଏହାକୁ ହାଲକାରେ ନେଇ ଦେଶର ଭାବନାକୁ ଆଘାତ ପହଁଞ୍ଚାଇଛନ୍ତି।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ମଧ୍ୟ ଭଗବନ୍ତ ମାନ୍‌ଙ୍କ ଟିପ୍ପଣୀକୁ ନିନ୍ଦା କରିଛନ୍ତି। ସେ ଏହାକୁ ଭାରତୀୟ ସଶସ୍ତ୍ର ବଳ ଓ ଏକ ସଫଳ ସାମରିକ ଅପରେସନ୍‌ର ଅପମାନ ବୋଲି କହିଛନ୍ତି। ସେ କହିଛନ୍ତି, ବିରୋଧି ବାରମ୍ବାର ନିଜର ଭାରତ ବିରୋଧି ମାନସିକତାକୁ ଉଜାଗର କରିବାକୁ ଚାହେଁ। ମାନ୍‌ଙ୍କ ବୟାନକୁ ଭଣ୍ଡାରୀ ଲଜ୍ଜାଜନକ ବୋଲି କହିଛନ୍ତି। ସେ କହିଛନ୍ତି ଏହା ସେନାର ମନୋବଳ ଭାଙ୍ଗିଦେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.