ପ୍ରମୂଖ ଖବର
  • ଜୟସ୍ୱାଲ ଏବଂ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ, ପନ୍ତ ଆହତ: ଟିମ୍ ଇଣ୍ଡିଆର ସ୍କୋର ୨୬୪/୪
  • ||
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ନାରୀଙ୍କୁ ନ୍ୟାୟ ପ୍ରସଙ୍ଗରେ ବିଜେଡି ଅନାସ୍ଥା ଆଣୁ, ଆମେ ସର୍ମଥନ କରିବୁ : ଭକ୍ତ

Published By : Suraj Kumar | July 23, 2025 5:36 PM

ଭୁବନେଶ୍ୱର,୨୩।୭ : ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି। ସେମାନେ ନାରୀ ନ୍ୟାୟ ପ୍ରସଙ୍ଗରେ ଆନ୍ଦୋଳନ କରୁଛନ୍ତି। ଯଦି ହୃଦୟରୁ ଆନ୍ଦୋଳନ କରୁଛନ୍ତି, ତେବେ ଆଗାମୀ ବିଧାନସଭା ଅଧିବେଶନରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ। ନହେଲେ ଆମେ ଅନାସ୍ଥା ପ୍ରସ୍ତାବ ଆଣିଲେ ସମର୍ଥନ କରନ୍ତୁ। ବିଜେଡିକୁ ଏଭଳି ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ।

ବୁଧବାର କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଛନ୍ତି,  ଓଡିଶାର ନାରୀ ନିର୍ଯାତନା ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି, ଆମେ ଲଜ୍ଜିତ।   ଫକୀର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଭତ୍ସନା କରିଛନ୍ତି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଓଡିଶାରେ ନାରୀ ନିର୍ଯାତନା ପ୍ରସଙ୍ଗରେ କହି ଓଡିଶାକୁ ଆସିବାକୁ  ମହିଳାଙ୍କୁ ବାରଣ କରିଥିଲେ। ଆଉ କଣ ବାକି ରହିଲା। ଏବେ ତ ଇସ୍ତଫା ଦିଅନ୍ତୁ। ପୂର୍ବରୁ ପିସିସି ଏହି ସମାନ କଥା କହିଥିଲା। ଆମେ ନାରୀ ନିର୍ଯାତନା ପ୍ରସଙ୍ଗରେ ଲଜ୍ଜିତ ଅନୁଭବ କରୁଛୁ ବୋଲି କହିଥିଲୁ। ସେ ନେଇ ଆମେ ସଭା କଲୁ, ଆନ୍ଦୋଳନ ଓ ସମାବେଶ ବି କଲୁ। ନାରୀ ନିର୍ଯାତନା ନେଇ ଆମେ ସରକାରଙ୍କୁ ସଚେତନ କଲୁ।

ବିଜେଡି ଯଦି ହୃଦୟରୁ ନାରୀ ନ୍ୟାୟ ପ୍ରସଙ୍ଗରେ କିଛି କରିବାକୁ ଚାହୁଁଛି, ତେବେ ଅନାସ୍ଥା ପ୍ରସ୍ତାବ ଆଣୁ। ଆମେ ସମର୍ଥନ କରିବୁ। ନହେଲେ ଆମେ ଆଣିବୁ, ସେମାନେ ସମର୍ଥନ କରନ୍ତୁ। ନାରୀ ନ୍ୟାୟ ମୁଖ୍ୟ ବିରୋଧୀ ଦଳର କାମ, ସେ ଏମିତି କରନ୍ତୁ। ନଚେତ ଅଯଥା ପ୍ରହସନ କରନ୍ତୁ ନାହିଁ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି, ନାରୀ ନିର୍ଯାତନା ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ଆଲୋଚନା ପାଇଁ ରାଜ୍ୟପାଳଙ୍କୁ ଅନୁମତି ମାଗିଛି। ତାଙ୍କୁ ଏ ସମ୍ପର୍କରେ ଭେଟି ଜଣାଇବ। ବର୍ଷେ ହେଲା ମହିଳା କମିଶନ ଗଠନ ହେଲାନି। ସାରା ଦେଶ ଓ ବିଶ୍ୱରେ ଓଡିଶା ନିନ୍ଦିତ ହେବା ପରେ ସେମାନେ ପଦବୀ ଛାଡ଼ି ଦିଅନ୍ତୁ। ଆଉ ଲଜ୍ଜିତ କରାନ୍ତୁ ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଏତେ ଦିନ ହେବ ନାରୀ ନ୍ୟାୟ ମାଗୁଥିଲା କଂଗ୍ରେସ। ନାରୀ ନ୍ୟାୟ ନେଇ କଂଗ୍ରେସ ରାଜନୀତି କରୁନଥିଲା। ଏବେ ସୁପ୍ରିମକୋର୍ଟ କହିବା ପରେ ଏହା ସ୍ପଷ୍ଟ ହୋଇଛି ବୋଲି ଜୟଦେବ କହିଛନ୍ତି।

 ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି କହିଛନ୍ତି, ବାଲେଶ୍ୱର ଝିଅ ପାଇଁ ଗୁରୁବାର ଆମେ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେବୁ। ବଳଙ୍ଗା ପୀଡିତା ପାଇଁ ପ୍ରାର୍ଥନା କରିବୁ। ଗୁରୁବାରଗୋଟେ ଆପ ଉନ୍ମୋଚନ ହେବ ବୋଲି ମିନାକ୍ଷୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପସଭାପତି ତାରା ବାହିନୀପତି, ଲାଳାଟେନ୍ଦୁ ମହାପାତ୍ର, ଦେବାଶିଷ ପଟ୍ଟନାୟକ,ମିଡ଼ିଆ ସେଲ ଅଧକ୍ଷ ଅରବିନ୍ଦ ଦାସ, ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.