ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ପ୍ରକାଶ ପାଇବ ବିଜ୍ଞପ୍ତି, ୨୧ ଦିନ ଯାଏ ସତ୍ୟପାଠ ଆହ୍ୱାନ

Published By : Prameya | October 1, 2024 8:57 AM

ଭୁବନେଶ୍ୱର,୦୧/୧୦: ବହୁଚର୍ଚ୍ଚିତ ଭରତପୁର ଥାନାରେ ହଙ୍ଗାମା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ବସିଲା କମିସନଙ୍କ ପ୍ରଥମ ବୈଠକ। ଆହ୍ୱାନ କରାଯିବ ସତ୍ୟପାଠ। ମଙ୍ଗଳବାର ପ୍ରକାଶ ପାଇବ ବିଜ୍ଞପ୍ତି।  ୨୧ ଦିନ ଯାଏଁ ସତ୍ୟପାଠ ଆହ୍ୱାନ କରାଯାଇଛି ।

କେମିତି ହେବ ତଦନ୍ତ ପ୍ରକ୍ରିୟା?

ମଙ୍ଗଳବାର ପ୍ରଥମେ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ  କରାଯିବ । ବିଜ୍ଞପ୍ତି ପ୍ରକାଶ ପରଠୁ ୨୧ ଦିନ ଯାଏଁ  ସତ୍ୟପାଠ ଆହ୍ୱାନ କରାଯିବ । ଏହାବାଦ୍‌ ଯିଏ  ଘଟଣା ସମ୍ପର୍କରେ ଜାଣିଛନ୍ତି, ସେମାନେ ଲିଖିତ  ଭାବେ ସତ୍ୟପାଠ ପାଇଁ ଆବେଦନ କରିବେ ।  ସେନାଧିକାରୀ, ତାଙ୍କ ବାନ୍ଧବୀଙ୍କ ସହ ୫ ନିଲମ୍ବିତ  ପୁଲିସ ଅଧିକାରୀ ଓ ୭ଜଣ ଅଭିଯୁକ୍ତଙ୍କ ବାଦ୍‌  ଅନ୍ୟମାନେ ବି ଆବେଦନ କରିପାରିବେ ।  ଆବେଦନକାରୀଜଣକ କେମିତି ଘଟଣା ସହ  ଜଡି଼ତ? ସେନେଇ ଉଲ୍ଲେଖ କରିବେ । ଶ୍ରୀ ଦାଶଙ୍କ  ଅଧ୍ୟକ୍ଷତାରେ ଏସବୁ ଆବେଦନପତ୍ରକୁ ତର୍ଜମା  କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯିବ । ଯେଉଁ  ଆବେଦନକାରୀମାନେ ତଦନ୍ତ ପ୍ରକ୍ରିୟାରେ ସାମିଲ୍‌  ନାହାନ୍ତି, ସେମାନଙ୍କୁ ବାଦ୍‌ ଦିଆଯିବ । ପକ୍ଷଭୁକ୍ତ ଆବେଦନକାରୀଙ୍କୁ କମିସନଙ୍କ ପକ୍ଷରୁ ସେମାନଙ୍କ  ନିକଟକୁ ସମନ ପଠାଯିବ । ସେମାନଙ୍କୁ ୧୪ ଦିନ  ଭିତରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯିବ ।  ସମସ୍ତଙ୍କ ବୟାନ ରେକର୍ଡ କରାଯିବ । ୨ ମାସ  ଭିତରେ କମିସନଙ୍କ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ  ରାଜ୍ୟ ସରକାରଙ୍କୁ ହସ୍ତଗତ କରାଯିବ ।  

୧୩ ଜଣିଆ ସ୍ୱତନ୍ତ୍ର ଦଳ ସହଯୋଗ କରିବେ

କମିସନ ଅଧ୍ୟକ୍ଷ ଶ୍ରୀ ଦାଶଙ୍କ ନେତୃତ୍ୱରେ ଏକ  ସ୍ୱତନ୍ତ୍ର ଦଳ ୨ ମାସ ଧରି ଘଟଣାର ତଦନ୍ତ  କରିବ । ଶ୍ରୀ ଦାଶଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ ଶୁଭେନ୍ଦୁ ମହାନ୍ତିଙ୍କୁ  ନିଯୁକ୍ତି ଦିଆଯାଇଛି । ତଦନ୍ତରେ ସହଯୋଗ ପାଇଁ ଅଧ୍ୟକ୍ଷଙ୍କ ଅଧୀନରେ ଜଣେ ଅତିରିକ୍ତ ସଚିବ, ୨ଜଣ ସୁପରିଣ୍ଟେଣ୍ଡେଣ୍ଟ, ଜଣେ ଷ୍ଟେନୋ  ରହିବେ । ୨ଜଣ ଆଇନ୍‌ ଛାତ୍ର ରହିବେ । ୨ଜଣ  ସରକାରୀ ଆଇନ୍‌ଜୀବୀ ରହିବେ । କମିସନଙ୍କ  ପକ୍ଷରୁ ୨ଜଣ ଆଇନ୍‌ଜୀବୀଙ୍କୁ ନିଯୁକ୍ତି ଦିଆଯିବ ।  ଏହାସହ ଆସେସର ପ୍ରଦୀପ କୁମାର ମହାପାତ୍ର  ଏବଂ ଦୟାନନ୍ଦ ମହାପାତ୍ର ମଧ୍ୟ ତଦନ୍ତରେ  ସହଯୋଗ କରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.