ଫିରିଙ୍ଗିଆ,୧୯/୧୧ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର ଉପସ୍ଥିତ ରହି ଉଦଘାଟନ କରିଥିବାବେଳେ ଫିରିଙ୍ଗିଆ ବ୍ଲକ ସାମାଜିଜ ସୁରକ୍ଷା ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି ପଦ୍ମା, ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ମୁଖ୍ୟ ଅକ୍ଷୟ ପଣ୍ଡା ଯୋଗଦେଇଥିଲେ l

ଫିରିଙ୍ଗିଆ ବ୍ଲକ ଅଧୀନରେ ସମୁଦାୟ ୨୪ଟି ପଞ୍ଚାୟତର ୧୦୦୦ରୁ ଊର୍ଦ୍ଧ୍ବ ଜନସାଧାରଣ ଯୋଗଦେଇଥିବାବେଳେ ସିକିଲ ସେଲ ବିଭାଗରେ ୧୪, ମାନସିକ ବିଭାଗରେ ୪୨, ଚକ୍ଷୁ ବିଭାଗରେ ୧୫, ଅସ୍ତିସଲ୍ୟ ବିଭାଗ ୧୧୭ଜଣ ପଞ୍ଜିକରଣ କରିଥିଲେ I ସମୁଦାୟ ୧୮୮ଜଣ ବିଭିନ୍ନ ବିଭାଗରେ ପଞ୍ଜିକରଣ କରିଥିଲେ । ୮୩ ଜଣ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ l ୧୮ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର କାର୍ଯ୍ୟକ୍ରମ ଅବସରରେ ତୁରନ୍ତ ପ୍ରଦାନ କରାଯାଇଥିଲା l ବିଭିନ୍ନ ବିଭାଗର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତରମାନେ ଯଥା ଡାକ୍ତର ଦେବଜିତ ଦାସ, ଡାକ୍ତର ଜୟଦୀପ ଘୋଷ, ଡାକ୍ତର ଉତ୍କଳ ବେହେରା, ଡାକ୍ତର ସତ୍ୟବ୍ରତ ସାହୁ, ଡାକ୍ତର ନିର୍ମଳ ଚନ୍ଦ୍ର ବିଶୋଇ, ଡାକ୍ତର ବସନ୍ତ ପଳାଇ ଯୋଗଦେଇ ଚିକିତ୍ସା କରିବା ସହ ଭିନ୍ନକ୍ଷମମାନଙ୍କୁ ଔଷଧ ପ୍ରଦାନ ସହ ପ୍ରମାଣପତ୍ର ପାଇଁ ବ୍ୟବସ୍ଥା କରିଥିଲେ l