ଭୁବନେଶ୍ବର,୨୯।୭ : ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଭିତରକନିକାର ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଗତ ମେ ପହିଲାରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥିଲା । ଏହି ପ୍ରକ୍ରିୟା ସରିବା ପରେ ସାଧାରଣ ପର୍ପ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ଖୋଲିବାକୁ ଯାଉଛି ।
ପୂର୍ବବର୍ଷ ଭଳି ଗୁପ୍ତି, ଖୋଳା ଓ ଡାଙ୍ଗମାଳରୁ ପର୍ଯ୍ୟଟକମାନେ ନୌବିହାର କରିପାରିବା ସହ ରାତ୍ରିଯାପନ କରିପାରିବେ l ଭିତରକନିକାରେ ପର୍ଯ୍ୟଟକଙ୍କ ଭ୍ରମଣଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି l