ଚନ୍ଦାହାଣ୍ଡି ୯।୧୧ - ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ବିଡିଓ ରାମକୃଷ୍ଣ ନାୟକ   ଶନିବାର ବାଇକ ଯୋଗେ କୁହୁଡି ପଞ୍ଚାୟତ  ସଦର ଠାରେ  ରହିଥିବା ଭଏଁରାଘୁମର ଜଳ ପ୍ରପାତ ରାସ୍ତା ନିର୍ମାଣ ପାଇଁ ଅନୁଧ୍ୟାନ କରିଛନ୍ତି।  କୁହୁଡି ପଞ୍ଚାୟତ ଠାରୁ ଜଳପ୍ରପାତ ପ୍ରର୍ଯ୍ୟନ୍ତ ରାସ୍ତା ୧୦ ଲକ୍ଷ ଟଙ୍କା  ମଞ୍ଜୁର ହୋଇଛି।

ଆଗକୁ ନୂଆଁ ବର୍ଷ ଆସୁଥିବାରୁ ଏଠାକୁ ବହୁ ସଂଖ୍ୟକ ପଯ୍ୟଟକ ବଣଭୋଜି ପାଇଁ ଆସୁ ଥିବାରୁ  ଭଲ ରାସ୍ତା ନ ଥିବା ଫଳରେ ସେମାନେ ଜଳପ୍ରପାତ ପ୍ରଯ୍ୟନ୍ତ  ଯିବାକୁ ବିଶେଷ ହଇରାଣ ହୋଇଥାନ୍ତି l ଏହାକୁ ଆଖି ଆଗରେ ରଖି ଖୁବ ଶୀଘ୍ର ରାସ୍ତା କାର୍ଯ୍ୟ ସମାପ୍ତ କରିବା ପାଇଁ ପଦକ୍ଷେପ ନିଆ ଯିବ ବୋଲି ବିଡିଓ ରାମକୃଷ୍ଣ ନାୟକ  କହିଛନ୍ତି ।

ଗତ ୨୦୨୩ ମସିଆ ରେ ତତକାଳିନ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର  ଭଏଁରା ଘୁମର ଜଳପ୍ରପାତ କୁ ଏକ ପ୍ରଯ୍ୟସ୍ଥନ ସ୍ଥଳୀ କରିବା ପାଇଁ ଅନୁଧ୍ୟାନ କରି ଥିଲେ l ଏ ବାବଦରେ ବି ଡି ଓ ଶ୍ରୀ ନାୟକ ଙ୍କୁ ପଚାରିବାରୁ ଜଙ୍ଗଲ ବିଭାଗ ସହ ଏ ବାବଦ ରେ ଅନୁମତି ପ୍ରଦାନ କରିବାକୁ ଆଲୋଚନା ଚାଲିଛି l ଜଙ୍ଗଲ ବିଭାଗ ଅନୁମତି ଦେବା ପରେ    ପ୍ରଶାସନ  ଏ ଦିଗରେ ପଦକ୍ଷେପ ନେବ ବୋଲି ସେ ପ୍ରକାଶ କରି ଥିଲେ l ବିଡିଓଙ୍କ  ରାସ୍ତା ଅନୁଧ୍ୟାନ ସମୟରେ କନିଷ୍ଠ ଯନ୍ତ୍ରୀ ରାଜୀବ ଲୋଚନ ଧଳ ଉପସ୍ଥିତ ଥିଲେ l