ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାଜଧାନୀରେ ଥମୁନି ଅସାମାଜିକଙ୍କ ଆତଙ୍କରାଜ, ବଡ଼ଗଡ଼ ଛକରେ ବ୍ୟବସାୟୀଙ୍କୁ ଗୋଡ଼ାଇ ହାଣିଲେ

Published By : Prameya | November 12, 2024 10:16 AM

ଭୁବନେଶ୍ୱର,୧୨/୧୧: ରାଜଧାନୀରେ  ଅସାମାଜିକଙ୍କ ଆତଙ୍କରାଜ ଥମିବାର ନାଁ ନେଉନି । ନବୀନ ନିବାସ ନିକଟରେ ସମାଜସେବୀ ଶିବ ଶ୍ରୀଚନ୍ଦନଙ୍କୁ ହାଣିବା ଘଟଣା ମନରୁ ଲିଭିନି ।  ସୋମବାର ରାତିରେ ବଡ଼ଗଡ଼ ଅଞ୍ଚଳରେ ଜଣେ  ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଦୁର୍ବୃତ୍ତ ଗୋଡ଼ାଇ ହାଣିଛନ୍ତି । ବ୍ୟବସାୟୀ ହେଲେ, ବଡ଼ଗଡ଼ ଗାଁର ଦୀପକ ପ୍ରଧାନ । ସେ ଚର୍ତୁଭୁଜ ପ୍ଲେ ସ୍କୁଲ ମାଲିକ । ଏହାସହ ତାଙ୍କର  ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଅଛି । ୨ ଦୁର୍ବୃତ୍ତ  ତାଙ୍କୁ ଏକ ସର୍ଜିକାଲ ବ୍ଲେଡ୍‌ରେ ହାଣି ଦରମଲା  କରିଛନ୍ତି । 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ,  ଦୀପକ ରାତି ସାଢ଼େ ୧୦ଟାରେ ବଡ଼ଗଡ଼ ବ୍ରିଟ୍‌  କଲୋନିରୁ ଏକ ସ୍କୁଟି ଯୋଗେ ବଡ଼ଗଡ଼ ଗାଁସ୍ଥିତ  ଘରକୁ ଫେରୁଥିଲେ । ମୁଖା ପିନ୍ଧିଥିବା ୨ ଦୁର୍ବୃତ୍ତ ଏକ  ପଲସର ବାଇକ୍‌ ଯୋଗେ ତାଙ୍କୁ ପିଛା କରିଥିଲେ ।  ବାଇକ୍‌ ପଛରେ ବସିଥିବା ଜଣେ ଦୁର୍ବୃତ୍ତ ହରପ୍ରିୟା  ରିସର୍ଟ୍ଟ ସାମ୍ନାରେ ପ୍ରଥମେ ଦୀପକଙ୍କ ସ୍କୁଟିକୁ ଲକ୍ଷ୍ୟ  କରି ଗୋଇଠା ମାରିଲା । ଦୀପକ ଭାରସାମ୍ୟ ହରାଇ  ରାସ୍ତାରେ ପଡି଼ଗଲେ। ତା’ପରେ ୨ଜଣ ଦୁର୍ବୃତ୍ତ ତାଙ୍କୁ  ଘେରିଯାଇ ସର୍ଜିକାଲ ବ୍ଲେଡ୍‌ରେ ହାଣି ପକାଇଥିଲେ ।  ଆକ୍ରମଣରେ ତାଙ୍କ ପିଠି, ହାତ ଓ ମୁହଁରେ ଗଭୀର  ଆଘାତ ଲାଗିଥିଲା । ଦୀପକଙ୍କ ଚିତ୍କାର ଶୁଣି  ଆଖପାଖ ବାସିନ୍ଦାମାନେ ସେଠାକୁ ଧାଇଁ ଆସିଥିଲେ ।  ଏହା ଦେଖି ୨ ଦୁର୍ବୃତ୍ତ ବାଇକ୍‌ରେ ଘଟଣାସ୍ଥଳରୁ  ଅନ୍ତର୍ଦ୍ଧାନ ହୋଇଗଲେ ।   

ଦୀପକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏକ  ଘରୋଇ ହସ୍ପିଟାଲକୁ ପଠାଯାଇଛି । ବଡ଼ଗଡ଼  ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା  ଆରମ୍ଭ କରିଛି । ଆଖପାଖ ସିସି କ୍ୟାମେରାର  ଫୁଟେଜ୍‌ ଯାଞ୍ଚ ଚଳାଇଛି । ତେବେ ଘଟଣାସ୍ଥଳ ଅନ୍ଧାରିଆ ହୋଇଥିବାରୁ ଦୁର୍ବୃତ୍ତ କିମ୍ବା ବାଇକ୍‌କୁ  ଠିକ୍‌ ଭାବେ ଚିହ୍ନଟ କରାଯାଇ ପାରୁନି ।  ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.