ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସବୁ ଥାନା ଅଧିକାରୀଙ୍କୁ ଡିସିପିଙ୍କ ଫତୁଆ, ରାତିକ ଭିତରେ ଶହେ ଅପରାଧୀଙ୍କୁ ବାନ୍ଧ

Published By : Prameya | November 23, 2024 11:11 AM

ଭୁବନେଶ୍ୱର, ୨୩/୧୧: ମୁଣ୍ଡ ଉପରେ ସର୍ବଭାରତୀୟ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ସମ୍ମିଳନୀ ।  କିନ୍ତୁ ରାଜଧାନୀରେ ଆଇନଶୃଙ୍ଖଳା ବିଗିଡ଼ି ଗଲାଣି । ଲୁଟ୍‌,  ଛିନ୍‌ତାଇ, ହତ୍ୟା, ଗୋଷ୍ଠୀ ସଂଘର୍ଷରେ କମିଶନରେଟ ପୁଲିସର ପାରିବା ପଣିଆ ପଦାରେ ପଡିଛି । ଏନେଇ ଉପର ମହଲରୁ ତାଗିଦ୍‌ ପରେ ଚେତିଛି କମିଶନରେଟ୍‌ ପୁଲିସ । 

ଡିସିପି ପିନାକ ମିଶ୍ର ଭୁବନେଶ୍ୱର ୟୁପିଡିର ସବୁ ଥାନା ଅଧିକାରୀଙ୍କୁ ଫତୁଆ ଜାରି କରିଛନ୍ତି । ଚରମବାଣୀ ଶୁଣାଇଛନ୍ତି, ସାରା ରାତି ଉଜାଗର ରୁହ । ରାଜରାସ୍ତା ହେଉ  କି ଗଳିକନ୍ଦି । ଥରେ ନହେଲେ ୧୦ ଥର ଚକ୍କର କାଟ ।  କୁଖ୍ୟାତ ଅପରାଧୀ, ଅଭ୍ୟାସଗତ ଲୁଟେରା, ଚୋର, ପେସାଦାର ନିଶା ବେପାରୀ ମାଫିଆଙ୍କୁ ବାନ୍ଧ । ଆଉ ରାତିକ  ଭିତରେ ଶହେରୁ ଅଧିକ ଗିରଫଦାରି ଦେଖାଅ । ଡିସିପିଙ୍କ  ଏଭଳି ତାଗିଦ୍‌ ପରେ ସବୁ ଥାନା ଅଧିକାରୀ ଛାନିଆ ହୋଇଯାଇଛନ୍ତି । ପ୍ରତି ଥାନାର ପିଓପିଡି ଓ ଟିମ୍‌-୬୦ ତତ୍ପର  ହୋଇଉଠିଛି । କୁଣ୍ଡଳି ଓ ସନ୍ଧାନ ଆପ୍‌ରୁ ଅଭ୍ୟାସଗତ ଓ  କୁଖ୍ୟାତ ଅପରାଧୀଙ୍କ ଲମ୍ବା ତାଲିକା ପ୍ରସ୍ତୁତ ହୋଇଛି । ରାତିତମାମ ଜୋରଦାର ପାଟ୍ରୋଲିଂ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.