ଭୁବନେଶ୍ୱର,୨୮/୦୨: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଦେଲା ବିଏମସିକୁ ୟୁଜର୍ସ ଫି । କଥାଟି ଅଜବ ଲାଗୁଥିଲେ ହେଁ ସତ । ବିଏମ୍ସି କମିଶନରଙ୍କ ନାମରେ ୟୁଜର ଫି’ ବାବଦରେ ୩୬ ହଜାର ଟଙ୍କା ବିଏମସିରେ ପୈଠ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ବିଏମ୍ସି ବାଇ ଲ’ରେ ଏହା ମଧ୍ୟ ଉଲ୍ଲେଖ ରହିଛି ।
ବିଏମ୍ ସି ଦେଲା ବିଏମ୍ ସିକୁ ୟୁଜର୍ସ ଫି
— BMC (@bmcbbsr) February 27, 2026
ଭୁବନେଶ୍ୱର ମହାନଗର ନିଗମ 36,000 ଟଙ୍କା ୟୁଜର୍ସ ଫି ପ୍ରଦାନ କରିଛି।
ଆଇନ ଅନୁଯାୟୀ ସମସ୍ତ ସରକାରୀ, ବେସରକାରୀ ଓ ରାଷ୍ଟ୍ରାୟତ ସଂସ୍ଥାମାନେ ୟୁଜର୍ସ ଫି ଦେଉଛନ୍ତି।
ସ୍ୱଚ୍ଛ, ସବୁଜ ଓ ସୁନ୍ଦର ଭୁବନେଶ୍ୱର ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ।#SwachhBhubaneswar #SwachhSurvekshan… pic.twitter.com/VX5gwi5qmF
ନିୟମ ଅନୁଯାୟୀ ବିଏମସି ଅଞ୍ଚଳରେ ବସବାସ କରୁଥିବା ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ସମସ୍ତ ସରକାରୀ, ଅର୍ଦ୍ଧ ସରକାରୀ, ବେସରକାରୀ, ରାଷ୍ଟ୍ରାୟତ କାର୍ଯ୍ୟାଳୟ, ଅନୁଷ୍ଠାନ, ପ୍ରତିଷ୍ଠାନ, ଅଧିକାରୀ, କର୍ମଚାରୀ ୟୁଜର ଫି ଦେବେ । ଏହିକ୍ରମରେ ବିଏମ୍ସିର ମେୟର, ଡେପୁଟି ମେୟର, କମିଶନର, ଅତିରିକ୍ତ କମିଶନର, ସମସ୍ତ କର୍ପୋରେଟର, ଅଧିକାରୀ ଓ କର୍ମଚାରୀ ମଧ୍ୟ ନିଜେ ରହୁଥିବା ଅଞ୍ଚଳର ସଂପୃକ୍ତ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ଏସଆଇମାନଙ୍କୁ ୟୁଜର ଫି ଦେଉଛନ୍ତି ।
ମେୟର ସୁଲୋଚନା ଦାସ ଏନେଇ ସହରବାସୀ ଓ ସରକାରୀ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ୟୁଜର ଫି ଦେବା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ କମିଶନର ଚଞ୍ଚଳ ରାଣା ପତ୍ର ଲେଖିଛନ୍ତି । ସ୍ୱଚ୍ଛସାଥୀମାନେ ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ୟୁଜର ଫି ଆଦାୟରେ ଲାଗିଛନ୍ତି । ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଅନଲାଇନରେ ମଧ୍ୟ ପୈଠ କରୁଛନ୍ତି । ଆଜି ୩୫ ନମ୍ବର ୱାର୍ଡ ଅଫିସରେ ଏହି ନିୟମକୁ ସ୍ୱାଗତ ଜଣାଇବା ସହ ୟୁଜର ଫି ବାବଦରେ ବିଏମ୍ସି ଅର୍ଥ ଉପବିଭାଗ ୩୬ ହଜାର ଟଙ୍କାର ଚେକ୍ ସଂପୃକ୍ତ ୱାର୍ଡ ପରିମଳ ନିରୀକ୍ଷକ (ଏସ୍ଆଇ) ସ୍ୱପ୍ନାଦୀପା ନନ୍ଦ ଏବଂ ତାଙ୍କ ସ୍ୱଚ୍ଛସାଥୀ ଟିମ୍ଙ୍କୁ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ :- ଡେଟିଂରୁ ସେଟିଂ, ପରେ ଲିଭ୍ ଇନ୍; ଏବେ ଝିଅକୁ ନେବାକୁ ଓଡ଼ିଶାରେ ଫିଲିପାଇନ୍ସ ପ୍ରେମିକା