ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାଙ୍କୁଆଳରେ ଜମୁଛି ବଣଭୋଜି, ଲୋକଙ୍କୁ ଆକର୍ଷିତ କରୁଛି କୁଆଖାଇ ନଦୀ ପଠାର ଶାନ୍ତ, ସୁନ୍ଦର ପରିବେଶ

Published By : Rasmita Pradhan | January 22, 2025 2:27 PM

ଭୁବନେଶ୍ୱର,୨୨/୦୧ : ଏବେ ଚାଲିଛି ପିକନିକ୍‌ ଋତୁ। ନିଜ ନିଜ ପରିବାର କିମ୍ଵା ସାଙ୍ଗସାଥୀଙ୍କ ସହ ବଣଭୋଜି କରିବା ପାଇଁ ପିକନିକ୍ ସ୍ପଷ୍ଟକୁ ଯାଉଛନ୍ତି ଲୋକେ। ଭୁବନେଶ୍ଵରରେ କିଏ ଜୟଦେବ ବାଟିକା ଯାଉଛି ତ ଆଉ କେହି ଶିଖର ଚଣ୍ଡୀ। ହେଲେ ଭୁବନେଶ୍ଵରରେ ଏବେ ବଣଭୋଜିର ନୂତନ ସ୍ପଟ୍‌ ପାଲଟିଛି ଟଙ୍କପାଣି ରୋଡ୍‌ ସ୍ଥିତ ବାଙ୍କୁଆଳ। କୁଆଖାଇ ନଦୀ କୂଳରେ ଅତ୍ୟନ୍ତ ଶାନ୍ତ, ସୁନ୍ଦର ଓ ମନୋରମ ପରିବେଶ ମଧ୍ୟରେ ରହିଛି ଏହି ସ୍ଥାନଟି। ଏଥିଯୋଗୁ ଛୁଟିଦିନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ବଣଭୋଜି ପାଇଁ ଗ୍ରାମ କମିଟି ମଧ୍ୟ ସହଯୋଗ କରୁଛି। 

ପୂର୍ବରୁ ଏହି ସ୍ଥାନରେ ବଣ ଭୋଜି ହେଉନଥିଲା । ହେଲେ କିଛିବର୍ଷ ହେବ ଏହି ନଦୀପଠାରେ ବୋଇତବନ୍ଦାଣ କାର୍ଯ୍ୟକ୍ରମ ଚାଲିଛି । ତେଣୁ ଧୀରେଧୀରେ ଲୋକେ ବାଙ୍କୁଆଳକୁ ଆସିବା ଆରମ୍ଭ କରିଛନ୍ତି । ନଦୀପଠାରେ ଜଙ୍ଗଲ ସହ ଉଚ୍ଚ ଗଛ ରହିଛି । ସେହିପରି ବାବା ବାଲୁଙ୍କେଶ୍ୱର, ମା’ ବାଙ୍କୁଳାଇଙ୍କ ମନ୍ଦିର ଅଛି । କେବଳ ସେତିକିନୁହେଁ, ନଦୀପଠାକୁ ଯିବା ରାସ୍ତାରେ ବାବା ମେଘେଶ୍ୱର, ଟଙ୍କପାଣି ସାଇ ମନ୍ଦିର ପଡ଼ିବ। ଗାଁ ସେପଟେ ହିରାପୁରର ପ୍ରସିଦ୍ଧ ଚଉଷଠି ଯୋଗିନୀ ମନ୍ଦିର ମଧ୍ୟ ଅବସ୍ଥିତ । ସେଥିପାଇଁ ଦୈନନ୍ଦିନ ଭୁବନେଶ୍ୱର ସମେତ ଆଖପାଖ ଗାଁର ଶ୍ରଦ୍ଧାଳୁମାନେ ଏହିସବୁ ମନ୍ଦିର ଓ ପର୍ଯ୍ୟଟନସ୍ଥଳ ସହ ଗାଁର ଏହି ଦୁଇଟି ମନ୍ଦିରକୁ ଆସିଥାନ୍ତି । 

ଏପଟେ ଶୀତଦିନେ ଜଙ୍ଗଲ ପରିବେଶଟି ସୁନ୍ଦର ଦେଖାଯାଉଥିବାରୁ ବାଙ୍କୁଆଳ ଗାଁ କମିଟି ପକ୍ଷରୁ ଏଠାରେ ନିଶୁଳ୍କ ବଣଭୋଜି ସ୍ପଟ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେଥିପାଇଁ ଚଳିତବର୍ଷ ଏଠାରେ ବଣଭୋଜି ଆରମ୍ଭ ହୋଇଛି । ଗାଁଲୋକଙ୍କ ସହଯୋଗକ୍ରମେ ନଦୀପଠାରେ ପରିଦର୍ଶକଙ୍କ ବସିବା ପାଇଁ କଂକ୍ରିଟ ଚୌକି, ପାଣିକୁଣ୍ଡ ଓ ଡଷ୍ଟବିନ୍‌ ରଖାଯାଇଛି । ତେଣୁ ବଣଭୋଜି ପାଇଁ ଏହି ସ୍ଥାନଟି ସୁହାଉଛି । ତେବେ ଗାଁ କମିଟି ତରଫରୁ ଏହି ସ୍ଥାନକୁ ସଫା, ସୁତୁରା ରଖିବାକୁ କୁହାଯାଉଛି । ତେବେ ଆଗକୁ ପର୍ଯ୍ୟଟନ ବିଭାଗ ଏଦିଗରେ ଦୃଷ୍ଟି ଦେଲେ ଏଠାକୁ ଆହୁରି ପରିଦର୍ଶକ ଆସିପାରିବେ ବୋଲି ଗାଁ କମିଟି ପକ୍ଷରୁ କୁହାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.