ଭୁବନେଶ୍ୱର,୨୨/୧୨: ରବିବାର ହେବାକୁ ଥିବା ପଥ ଉତ୍ସବକୁ ବାତିଲ କରାଯାଇଛି । ପ୍ରବଳ ବର୍ଷାକୁ ନଜରରେ ରଖି  ଏହି ନିଷ୍ପତ୍ତି ନେଇଛି ବିଏମ୍‌ସି । ପରବର୍ତ୍ତୀ ତାରିଖ ଘୋଷଣା କରାଯିବ ବୋଲି ଏକ୍ସ ଯୋଗେ ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି । 




ସୂଚନା ଅନୁସାରେ ରବିବାର ମାଷ୍ଟରକ୍ୟାଣ୍ଟିନ୍‌ରୁ  ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜନ  ହୋଇଥାନ୍ତା । ଏଥିରେ ବିଭିନ୍ନ ପ୍ରକାର ନାଚଗୀତ  ସାଙ୍ଗକୁ ଖାଦ୍ୟ ଷ୍ଟଲର ମଜା ନେଇଥାନ୍ତେ  ସହରବାସୀ । ହେଲେ ଦୁଇ ଦିନ ଧରି ଲଗାଣ  ବର୍ଷା ଯୋଗୁଁ ଏହାକୁ ବାତିଲ କରାଯାଇଛି ।