ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବିଷାକ୍ତ ବାୟୁରୁ ମିଳିବ ମୁକ୍ତି, ସହରକୁ ଗ୍ରୀନସିଟିରେ କରାଯିବ ପରିବର୍ତ୍ତନ: ଜର୍ମାନ ଟେକ୍ନୋଲୋଜିରେ ବିଏମ୍‌ସିର ଉନ୍ନତୀକରଣ

Published By : Prameya | April 18, 2025 10:52 AM

ଭୁବନେଶ୍ୱର,୧୮/୦୪: ବିଏମ୍‌ସି ଅଞ୍ଚଳର ବିଷାକ୍ତ ବାୟୁ ମଣ୍ଡଳରୁ ତ୍ରାହି ମିଳିବ । ସହରକୁ ଗ୍ରୀନସିଟିରେ ପରିବର୍ତ୍ତନ କରାଯିବ । ଜର୍ମାନ ବୈଷୟିକ ଜ୍ଞାନକୌଶଳ ସାହାଯ୍ୟରେ ସହରାଞ୍ଚଳ  ବାୟୁମଣ୍ଡଳର ଗୁଣାତ୍ମକମାନ ବୃଦ୍ଧି କରିବା ସହ ପରିବର୍ତ୍ତିତ ଜଳବାୟୁକୁ ନିୟନ୍ତ୍ରଣ କରାଯିବ।  ଏହି ନୂଆ ଟେକ୍ନୋଲୋଜି ସହାୟତାରେ ରାସ୍ତା ନିର୍ମାଣ କରାଯିବ । ଭାରତର ୯ ସହର ମଧ୍ୟରେ ଓଡିଶାର ଦୁଇ ସହର ବିଏମ୍‌ସି ଏବଂ ରାଉରକେଲା  ମହାନଗର ନିଗମ (ଆରଏମ୍‌ସି) ସ୍ଥାନ ପାଇଛି ।  

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନ  ସଚେତନତା ସୃଷ୍ଟି କରିବା ସହ ଦୀର୍ଘ ମିଆଦି  ସୂତ୍ରରେ ସୁସ୍ଥ ଓ ସ୍ୱଚ୍ଛ ଜଳବାୟୁ ନେଇ ଏକ  କର୍ମଶାଳା ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟରେ  ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ  ରାସ୍ତାରେ ପଥଚାରୀ, ସାଇକେଲ ଆରୋହୀ,  ସାଧାରଣ ପରିବହନ ବ୍ୟବସ୍ଥା, ଟ୍ରାଫିକ୍‌ ସମସ୍ୟା,  ପ୍ରଦୂଷଣ ନିୟନ୍ତ୍ରଣ, ଘରୋଇ ଗାଡ଼ି ଚାଳନା  ଆଦିକୁ ଦୃଷ୍ଟିରେ ରଖି ଏବଂ ସମସ୍ତଙ୍କୁ ସୁବିଧା ହେବାଭଳି କିପରି ରାସ୍ତାର ଡିଜାଇନ ହେବ ସେ  ସଂପର୍କରେ ସରକାରୀ ଅଧିକାରୀ, ଟାଉନପ୍ଲାନର,  ପ୍ରମୁଖ ଅଂଶୀଦାରମାନେ କିପରି କାର୍ଯ୍ୟ କରିବେ  ସେ ସଂପର୍କିତ ତାଲିମ ଦିଆଯାଇଥିଲା ।  

କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଏବଂ ଜର୍ମାନ ଫେଡେରାଲ ମିନିଷ୍ଟ୍ରି  ଫର ଇକୋନୋମିକ୍‌ କୋ-ଅପରେସନ ଆଣ୍ଡ ଡେଭେଲପମେଣ୍ଟର ମିଳିତ ସହଯୋଗରେ ଏହି  ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପର  ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସବୁଜିମାର ପୁନଃଉଦ୍ଧାର  କରିବା ବା ସହରକୁ ସବୁଜିମା କରିବା ପାଇଁ ରାଜ୍ୟ,  ବିଭିନ୍ନ ଅନୁଷ୍ଠାନ, ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା  ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ପ୍ରୋତ୍ସାହିତ କରିବା ।  

ପ୍ୟାରିସ ରାଜିନାମା ଅନୁଯାୟୀ ଯେହେତୁ  ଭାରତ ଦ୍ୱାରା ନିର୍ଦ୍ଧାରିତ ପ୍ରତିବଦ୍ଧତା ସହିତ  ଜର୍ମାନର ନୀତି ଖାପ ଖାଉଛି, ତେଣୁ ଜର୍ମାନ ରାଷ୍ଟ୍ରସଂଘ, ଭାରତର ୫ଟି ରାଜ୍ୟର ୯ଟି ପ୍ରମୁଖ  ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ  ଆଗ୍ରହ ପ୍ରକାଶ କରିଛନ୍ତି । ଦେଶର ୫ଟି ରାଜ୍ୟ  ମଧ୍ୟରେ ଓଡ଼ିଶା ରହିଛି ଏବଂ ଭାରତର ୯ଟି ସହର  ମଧ୍ୟରେ ଓଡ଼ିଶାର ଦୁଇଟି ସହର ଯଥା ଭୁବନେଶ୍ୱର  ମହାନଗର ନିଗମ ଏବଂ ରାଉରକେଲା ମହାନଗର  ନିଗମ ରହିଛି । ଏହା ବ୍ୟତୀତ କେରଳର (କୋଚି  ଏବଂ ତ୍ରିଭେନ୍ଦ୍ରମ) କର୍ଣ୍ଣାଟକର (ହୁବଳି-ଧାରୱାଡ  ଏବଂ ମହୀଶୂର), ଗୁଜରାଟର (ସୁରଟ ଏବଂ  ରାଜକୋଟ) ଏବଂ ମେଘାଳୟର (ଶିଲଂ) ରହିଛି । 

ଏହି କର୍ମଶାଳାରେ ଭୁବନେଶ୍ୱର ମହାନଗର  ନିଗମର ବରିଷ୍ଠ ଅଧିକାରୀ, ସମସ୍ତ ଯନ୍ତ୍ରୀ, ବିଡିଏର  ଅଧିକାରୀ ଓ ଯନ୍ତ୍ରୀ, ଟାଉନପ୍ଲାନର, ଡିସିପି,  ଡାଇରେକ୍ଟର ଅଫ୍‌ ଟାଉନ ପ୍ଲାନିଂ ପ୍ରମୁଖ ବିଭାଗର  ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ  ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ  ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ରତ୍ନାକର  ସାହୁ, ଏନ୍‌. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.