ନବରଙ୍ଗପୁର,୨୧/୧୧: ଆସନ୍ତା ଡିସେମ୍ବର ମାସ ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ ୨୦୨୫। ଏନେଇ ଜିଲ୍ଲାପାଳ ତଥା ଜିଲ୍ଲା ମଣ୍ଡେଇ କମିଟିର ଅଧ୍ୟକ୍ଷ ଡ ମହେଶ୍ଵର ସ୍ବାଇଁଙ୍କ ପୌରହିତ୍ୟରେ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି।

ନବରଙ୍ଗପୁର ହୀର୍ଲି ସ୍ଥିତ ମଣ୍ଡେଇ ପଡିଆଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଉପଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ମଣ୍ଡେଇ ମଞ୍ଚ କମିଟିର ଅଧ୍ୟକ୍ଷ ତଥା ଅଧିକ୍ଷଣ ଯନ୍ତ୍ରୀ କ୍ଷୀରଧର ଖଣ୍ଡପାନ,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ସମାଜସେବୀ ମୁନ୍ନା ତ୍ରିପାଠୀ, ବରିଷ୍ଠ ନାଗରିକ ତଥା ଶିକ୍ଷାବିତ ନାରାୟଣ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।