ପ୍ରମୂଖ ଖବର
  • ଭାପୁର : ବ୍ରିଜ ନିର୍ମାଣ ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକ ମୃତ, ଜଣେ ଆହତ
  • ||
  • ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ୫ ହଜାର ଟଙ୍କାର ଜରିମାନା
  • ||
  • ଛତ୍ରପୁର : ହୁମା ନିକଟ ଜାତୀୟ ରାଜପଥ ଉପରେ ଲୁଟ୍‌ ଉଦ୍ୟମ, କାର୍‌ ଉପରକୁ ୮ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ମୁମ୍ବାଇ ସିଟିକୁ ଭେଟିବ ଓଡ଼ିଶା ଏଫ୍‌ସି
  • ||
  • ରାଉରକେଲା ରେଳ ଷ୍ଟେସନରୁ ୫୮କେଜି ରୂପା ଜବତ, ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କଲା ଜିଆରପି
  • ||
  • ଟାଙ୍ଗୀ : ନିମ୍ୱ ଗଛରୁ ବୋହୁଛି କ୍ଷୀର, ଗଛକୁ ପୂଜା କରୁଛନ୍ତି ଲୋକେ
  • ||
  • ହାଇଦ୍ରାବାଦରେ ଅଲ୍ଲୁଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋରେ ଦଳାଚକଟା, ମହିଳା ମୃତ,ଏକାଧିକ ଆହତ
  • ||
  • ମନି ଲଣ୍ଡରିଂ ମାମଲାରେ ଆଇଏସ ସଂଞ୍ଜୀବ ହଂସଙ୍କ ବଢିଲା ଅଡୁଆ, ୧୩ ସ୍ଥାନରେ ରେଡ଼୍
  • ||
  • ଶିମିଳିପାଳରେ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା, ୩ ଅଭିଯୁକ୍ତ ଗିରଫ
  • ||
  • ଓୟୁଏଟି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ, ସନ୍ଧ୍ୟାରେ ଜୁଡିସିଆଲ କମ୍ପେ୍ଲକ୍ସର କରିବେ ଉଦ୍‌ଘାଟନ
  • ||
  • ମହାରାଷ୍ଟ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଶପଥ ଉତ୍ସବରେ ହେବେ ସାମିଲ
  • ||
  • ଭଦ୍ରକ : ବେକରେ ଛୁରୀ ଲଗାଇ ଲୁଟ୍‌ କଲେ ୬ ଦୁର୍ବୃତ୍ତ, ପରିବାରର ୪ ସଦସ୍ୟ ଆହତ
  • ||
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନବିସ; ଅଜିତ, ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ
  • ||
  • ଶନିବାରଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||
  • ଭଦ୍ରକ : କାର୍‌ରୁ ୯ ଗୋରୁ ଉଦ୍ଧାର, ୨ ଗିରଫ
  • ||

ଦେବେନ୍ଦ୍ର ଫଡ଼ନାଭିସ୍‌ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ, ଏକନାଥ ସିନ୍ଦେ ହୋଇପାରନ୍ତି ଡେପୁଟି ସିଏମ୍‌ !

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମେଣ୍ଟକୁ ବଡ଼ ବିଜୟ ମିଳିଛି । ଏହା ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଛକାପଞ୍ଝା ଜାରି ରହିଛି । ବିଜେପି ନେତାମାନେ କହୁଛନ୍ତି ଦେବେନ୍ଦ୍ର ଫଡ଼ନାଭିସ୍‌ ମୁଖ୍ୟମନ୍ତ୍ରୀ ହେବେ । ସେହିଭଳି ଶିବସେନା କାର୍ଯ୍ୟକର୍ତ୍ତା ଦାବି କରୁଛନ୍ତି, ପୁଣି ଥରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବାର ଯଥାର୍ଥତା ରହିଛି । କିନ୍ତୁ ଏବେ ମିଳିଥିବା ସୂଚନା ଅନୁସାରେ, ଦେବେନ୍ଦ୍ର ଫଡ଼ନାଭିସଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯାଇପାରେ । ଯଦି ଫଡ଼ନାଭିସ୍‌ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଏକନାଥ ସିନ୍ଦେଙ୍କୁ କଣ ମିଳିବ ? 

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଏହା ସହ ତାଙ୍କୁ  ସହରୀ ବିକାଶ ମନ୍ତ୍ରଣାଳୟର ମନ୍ତ୍ରୀ ପଦ ମିଳିପାରେ । ସେପଟେ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ରହିବା ସହ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ବ ସମ୍ଭାଳିପାରନ୍ତି। ଦେବେନ୍ଦ୍ର ଫଡ଼ନାଭିସ୍‌ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ବେଳେ ସେ ୫ ବର୍ଷ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ । ବିଜେପି ମୁଖ୍ୟମନ୍ତ୍ରୀ ଚୌକି କାହା ସହିତ ଶେୟାର କରିବାକୁ ରାଜି ନଥିବା କୁହାଯାଉଛି । 

ଦେବେନ୍ଦ୍ର ଫଡ଼ନାଭିସ୍‌ ଦୀର୍ଘ ଅଢ଼େଇ ବର୍ଷ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଆଉ ଏବେ ଫଡ଼ନାଭିସଙ୍କ ନେତୃତ୍ବରେ ଏକନାଥ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଅନ୍ୟପଟେ ଏକନାଥ ସିନ୍ଦେଙ୍କ ପାଖରେ ବିକଳ୍ପ ରହିଛି । ସେ ନିଜେ ଉପମୁଖ୍ୟମନ୍ତ୍ରୀ ନହୋଇ  ତାଙ୍କର ବିଶ୍ବସ୍ତଙ୍କୁ ଏହି ଚୌକି ଦେଇପାରନ୍ତି । ଏସବୁ ଭିତରେ ଅନ୍ୟ ଏକ ଚର୍ଚ୍ଚା ମଧ୍ୟ ହେଉଛି । 

ଆଗାମୀ ରାଜ୍ୟସଭା ନିର୍ବାଚନରେ ସାମିଲ ହୋଇ ଦିଲ୍ଲୀ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ସିନ୍ଦେ । କିନ୍ତୁ ଜାତୀୟ ରାଜନୀତିରେ ସିନ୍ଦେ ପ୍ରବେଶ କରିବାର ଅଧିକ ସମ୍ଭାବନା ନାହିଁ । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବାଲେ କହିଥିଲେ, ଯେବେ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ସିନ୍ଦେ ଜାଣିଲେ ସେ ଦୁଃଖି ହୋଇଥିଲେ । ଏହାକୁ ମୁଁ ବୁଝିପାରୁଛି । କିନ୍ତୁ ବିଜେପିକୁ ୧୩୨ଟି ଆସନ ମିଳିଛି ଏବଂ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଦରକାର । ସେପଟେ ଏକନାଥ ସିନ୍ଦେ ଯଦି ଉପମୁଖ୍ୟମନ୍ତ୍ରୀ ହୋବକୁ ଇଚ୍ଛୁକ ନୁହେଁ ତେବେ ତାଙ୍କୁ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ରମନ୍ତ୍ରୀ କରାଯାଇପାରେ ।’ 

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.