ଭୁବନେଶ୍ଵର, ୧୪/୦୫ : କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ସେପ୍ଟେମ୍ଵର ୩୦ ଯାଏଁ ବିଦେଶକୁ ଚିନି ରପ୍ତାନି ବନ୍ଦ କଲା ଭାରତ। ଶିଳ୍ପ ଓ ବାଣିଜ୍ୟ ବିଭାଗ ଅଧୀନରେ ଥିବା DGF ପକ୍ଷରୁ ଏହି ଘୋଷଣା କରାଯାଇଛି। ମୁଦ୍ରାସ୍ପୀତି ଓ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କଞ୍ଚା, ଧଳା ଏବଂ ରିଫାଇନ୍ ଏହି ତିନି ପ୍ରକାରର ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆବଶ୍ୟକ ହେଲେ ଏହି ନିଷ୍ପତ୍ତିକୁ ବୃଦ୍ଧି କରାଯାଇପାରେ ବୋଲି କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ୟୁରୋପିଆନ ୟୁନିଅନ ଓ USA ଉପରେ ଏହି ରପ୍ତାନି କଟକଣା ଲାଗୁ ହେବନି।

ବ୍ରାଜିଲ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ ଚିନି ଉତ୍ପାଦନକାରୀ ଦେଶ। ସରକାର ଚିନି କମ୍ପାନୀଗୁଡ଼ିକୁ ୧୫ ଲକ୍ଷ ମେଟ୍ରିକ ଟନ୍ ଚିନି ରପ୍ତାନି କରିବାକୁ ଅନୁମତି ଦେଇଥିଲେ। ଘରୋଇ ଚାହିଦାଠାରୁ ଅଧିକ ଉତ୍ପାଦନ ହେବ ବୋଲି ଆଶା କରାଯାଉଥିଲା। ତେବେ ଏଲ୍ ନିନୋ କାରଣରୁ ମୌସୁମୀ ଋତୁରେ କମ୍ ବର୍ଷା ହେବାର ଆଶଙ୍କା ରହିଛି। ଆଖୁ ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ଖରାପ ଅମଳ ଯୋଗୁଁ, ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଉତ୍ପାଦନ କମ୍ ରହିବ। ତେଣୁ ଦେଶରେ ଚିନିର ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଚିନିର ରପ୍ତାନି ଉପରେ ରୋକ ଲଗାଇଛନ୍ତି। ତେବେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ରପ୍ତାନି ପାଇଁ ଲୋଡ୍ ହୋଇଥିବା ମାଲ୍ କିମ୍ଵା ସିପିଂ ବିଲ୍ ସରି ଜାହାଜ ଭାରତୀୟ ବନ୍ଦରରେ ଲାଗିଛି ତାହେଲେ ପ୍ରତିବନ୍ଧକ ଲଗାଯିବ ନାହିଁ। 

ଭାରତ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ବିଶ୍ଵ ବଜାରରେ ଚିନି ମୂଲ୍ୟ ବୃଦ୍ଧି ପାଇଛି। ନ୍ୟୁୟର୍କରେ କଞ୍ଚା ଚିନି ଫ୍ୟୁଚର୍ସର ମୂଲ୍ୟ ୨% ରୁ ଅଧିକ ବୃଦ୍ଧି ପାଇଛି। ଲଣ୍ଡନରେ ଧଳା ଚିନି ଫ୍ୟୁଚର୍ସର ମୂଲ୍ୟ ୩% ବୃଦ୍ଧି ପାଇଛି। କଣ୍ଟ୍ରାକ୍ଟ ରଦ୍ଦ ହେବା ଯୋଗୁଁ ଚିନି ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହିବେ। ଭାରତ ସରକାର ଚିନି ଉତ୍ପାଦନ ପରିବର୍ତ୍ତେ ଇଥାନଲ୍ ଉତ୍ପାଦନ ପାଇଁ ଆଖୁ ବ୍ୟବହାର କରିବାକୁ ଚାହୁଁଛନ୍ତି। ୨୦% ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ରଖାଯାଇଛି।..

ଏହି ଖବରଟିକୁ ପଢନ୍ତୁ‘ମାଫିଆ-ଷ୍ଟାଇଲ’ ବିଜନେସ ମଡେଲରେ NEET-UG ପ୍ରଶ୍ନପତ୍ର ଲିକ୍, କୋଚିଂ ସେଣ୍ଟର-ପ୍ରଶ୍ନପତ୍ର ଲିକ୍ ସିଣ୍ଡିକେଟ ମଧୁଚନ୍ଦ୍ରିକାରେ ଚାଲିଥିଲା ବେପାର