ନୂଆଦିଲ୍ଲୀ,୨୨।୭: ମୁଖ୍ୟ ବିରୋଧି ଦଳ କଂଗ୍ରେସକୁ ଟ୍ୟାକ୍ସ ବିବାଦରେ ଲାଗିଛି ଜୋରଦାର ଝଟକା। ଇନକମ୍ ଟ୍ୟାକ୍ସ ଅପିଲ ଟ୍ରିବ୍ୟୁନାଲ ୧୯୯ କୋଟି ଟଙ୍କା ଆୟ ଉପରେ କଂଗ୍ରେସର ଅପିଲ ଖାଜର କରିଛନ୍ତି। ଏହା ସହ ଟ୍ରିବ୍ୟୁନାଲ କହିଛନ୍ତି, କଂଗ୍ରେସକୁ ଆର୍ଥିକ ବର୍ଷ ୨୦୧୭-୧୮ ଓ ଆସେସମେଣ୍ଟ ଇୟର ୨୦୧୮-୧୯ ରୁ ପଡି ରହିଥିବା ୧୯୯ କୋଟି ଟଙ୍କାର ଆୟ ଉପରେ ଟ୍ୟାକ୍ସ ଡିମାଣ୍ଡରେ କୌଣସି ଆଶ୍ବସ୍ଥି ମିଳିବନି। ଆୟକର ଆବେଦନ ଟ୍ରିବ୍ୟୁନାଲ (ଆଇଟିଏଟି) ଆୟକର ରିଟର୍ଣ୍ଣରୁ ଦାଖଲ କରିବା ଓ ନଗଦ ଦାନ ସୀମାର ଉଲଂଘନ କାରଣରୁ ପାର୍ଟିର ରିହାତି ଆବେଦନକୁ ଖାରଜ କରିଦେଇଛନ୍ତି।
ଟ୍ରିବ୍ୟୁନାଲ ନିଜ ରାୟରେ କହିଛନ୍ତି, କରଦାତାଙ୍କ ଦ୍ବାରା ୦୨.୦୨.୨୦୧୯ ରେ ଦାଖଲ କରାଯାଇଥିବା ରିଟର୍ଣ୍ଣ, ତାଙ୍କୁ ବିବାଦୀୟ ରିହାତି ପାଇଁ ଯୋଗ୍ୟ ବୋଲି କୁହୁନି, କାରଣ ନିର୍ଦ୍ଧାରିତ ସମୟ ଭିତରେ ଏହି ଦାବି କରାଯାଇ ନାହିଁ। ଉଲ୍ଲେଖନୀୟ ଯେ, କଂଗ୍ରେସ ୨ ଫେବୃଆରୀ ୨୦୨୯ ରେ ନିଜର ଆୟକର ରିଟର୍ଣ୍ଣ ଦାଖଲ କରିଥିଲା, ଯାହାକି ୩୧ ଡିସେମ୍ବର ୨୦୧୮ରେ ନିର୍ଦ୍ଧାରିତ ସମୟଠାରୁ କିଛି ବିଳମ୍ବ ଥିଲ। ଏହି ରିଟର୍ଣ୍ଣରେ କଂଗ୍ରେସ ପକ୍ଷରୁ ଶୂନ୍ୟ ଆୟ ଘୋଷିତ କରାଯାଇଥିଲା ଓ ସେଥିରେ ୧୯୯.୧୫ କୋଟି ଟଙ୍କା ଆୟ ଉପରେ କର ରିହାତି ନେଇ ଦାବି କରାଯାଇଥିଲା, କିନ୍ତୁ ସେପ୍ଟେମ୍ବର ୨୦୧୯ ରେ କର ନିର୍ଦ୍ଧାରଣ ଅଧିକାରୀଙ୍କୁ ଯାଞ୍ଚ ବେଳେ ଜଣାପଡିଥିଲା ଯେ, ପାର୍ଟି ୧୪.୪୯ଲକ୍ଷ ଟଙ୍କା ନଗଦ ଦାନ ସ୍ବିକାର କରିଥିଲା, ଯେଉଁଥିରେ ଦାନ ଆଇନ ଅନୁସାରେ ପ୍ରତି ଦାନକାରୀ ୨ ହଜାର ଟଙ୍କାରୁ ଅଧିକ ଦାନ କରିଥିଲେ। ୨ ହଜାର ଟଙ୍କାରୁ ଅଧିକ ଦାନ ନିୟମ ଅନୁସାରେ, ଚେକ୍ କିମ୍ବା ବ୍ୟାଙ୍କ ହସ୍ତାନ୍ତରଣ ମାଧ୍ୟମରେ ଦିଆଯାଏ। ସେ ଅନୁସାରେ, ପୁରା ରାଶି ଉପରେ କର ଲଗାଯାଇଛି। ଯେତେବେଳେ କଂଗ୍ରେସ ରିହାତି ମାଗିଥିଲା,ଆୟକର ବିଭାଗ ୨୦୨୧ ରେ ତା’ର ଦାବିକୁ ଅସ୍ବୀକାର କରିଥିଲା। ମାର୍ଚ୍ଚ ୨୦୨୩ ରେ ଆୟକର କମିଶନ ଏହି ରାୟକୁ ଜାରି ରଖିଥିଲେ। ଏହାପରେ କଂଗ୍ରେସ ରାୟକୁ ବିରୋଧ କରି ଗତ ବର୍ଷ ଟ୍ରିବ୍ୟୁନାଲରେ ଅପିଲ କରିଥିଲା। ଏବେ ସେଠାରୁ ମଧ୍ୟ ନିରାଶ ହୋଇଛି କଂଗ୍ରେସ।