ପ୍ରମୂଖ ଖବର
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

Ratan Tata: ରତନ ଟାଟାଙ୍କ ଇଚ୍ଛାପତ୍ରକୁ ନେଇ ବଡ ଖବର; ନିଜ ପ୍ରିୟ କୁକୁର ଟିଟୋ ପାଇଁ ଛାଡି ଯାଇଛନ୍ତି ୧୨ ଲକ୍ଷ

Published By : Bijay Swain | April 2, 2025 6:00 PM

Image courtesy: indiatoday

ନୂଆଦିଲ୍ଲୀ: ଯେତେବେଳେ ଭାରତରେ ଜଣେ ଶିଳ୍ପପତି ତଥା ଜଣେ ଭଲ ମଣିଷର ଉଦାହରଣ ଦବାର ପ୍ରଶ୍ନଉଠେ ସେତେବେଳେ ସ୍ୱତଃ ରତନ ଟାଟାଙ୍କ ନାଁ ସମସ୍ତ ଭାରତୀୟଙ୍କ ମନରେ ଚାଲି ଆସେ। ଏହା କେବଳ ଏକ ନାଁ ନୁହେଁ, ଏହା ଭାରତୀୟ ମାନଙ୍କ ହୃଦୟରେ ରାଜ୍ କରୁଥିବା ଏକ ବ୍ୟକ୍ତିବିଶେଷଙ୍କ ନାଁ। ଯିଏ ଜଣେ ଶିଳ୍ପପତି ଭାବେ କମ ଆଉ ନିଜ ଉଦାରତା ଆଉ ନମ୍ରତା ପାଇଁ ଅଧିକ ଜଣାଶୁଣା। ହୁଏତ ସେ ଆଜି ଆଉ ଆମ ଗହଣରେ ନାହାନ୍ତି, କିନ୍ତୁ ସେ ତାଙ୍କ ସହ ଜଡିତ ପ୍ରତିଟି ଲୋକଙ୍କ ପାଇଁ କିଛି ଏମିତି କରିଯାଇଛନ୍ତି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିନ୍ତ। 

ରତନ ଟାଟା ଇହଦାମ ତ୍ୟାଗ କରିବା ପୂର୍ବରୁ ନିଜ ଇଚ୍ଛାପତ୍ର ଲେଖିଦେଇ ଯାଇଛନ୍ତି। ଯାହା ତାଙ୍କ ଉଦାରତାର ଆଉ ଏକ ବଲିଷ୍ଠ ପ୍ରମାଣ ଭାବେ ପରିଗଣିତ ହେଉଚି। ଖବର ସରବରାହ ସଂସ୍ଥା ଟାଇମ୍ସ ଅଫ ଇଣ୍ଡିଆ ଏହାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ରତନ ଟାଟା ନିଜ ଘର ଓ ଅଫିସରେ କାମ କରୁଥିବା କର୍ମଚାରୀ ଏମିତିକି ଘରୋଇ ସହାୟକ, ଗାଡି ଚାଳକ ଓ ଅଫିସ ସହାୟକଙ୍କ ପାଇଁ ମୋଟ୍ ୩.୫ କୋଟିରୁ ଅଧିକ ସମ୍ପତ୍ତି ରଖିଯାଇଛନ୍ତି। ଖାଲି ଏତିକି ନୁହେଁ, ତାଙ୍କ ଠାରୁ ଋଣ ନେଇଥିବା ଅନେକ କର୍ମଚାରୀ ଓ ପଡୋଶିଙ୍କ ଋଣକୁ ମଧ୍ୟ ସେ କ୍ଷମା କରିଦେଇଛନ୍ତି। ବିଗତ ବର୍ଷ ଅକ୍ଟୋବର ୯ ତାରିଖରେ ଟାଟାଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ଷ ବର୍ଷ ଧରି ତାଙ୍କର ସେବା କରିଥିବା କର୍ମଚାରୀଙ୍କ ଆର୍ଥିକ ସହାୟତାକୁ ସେ ନିଶ୍ଚିନ୍ତ କରିଛନ୍ତି। 

ତାଙ୍କ ଇଚ୍ଛାପତ୍ର ଅନୁଯାୟୀ, ଟାଟାଙ୍କ ପାଖରେ ସାତ ବର୍ଷରୁ ଅଧିକ ସମୟ ଧରି କାମ କରିଥିବା ଘରୋଇ କର୍ମଚାରୀମାନଙ୍କୁ ୧୫ ଲକ୍ଷ ଟଙ୍କା ବଣ୍ଟନ କରାଯାଇଥିଲା। ଯାହା ସେମାନଙ୍କର ଚାକିରି ବର୍ଷର ଆଧାରରେ ବଣ୍ଟନ କରାଯାଇଥିଲା। ଏହାସହ ସାମୟିକ ସହାୟକ ଏବଂ କାର ସଫା କରୁଥିବା ବ୍ୟକ୍ତିଙ୍କୁ ଜଣ ପିଛା ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ରତନ ଟାଟାଙ୍କ ଇଚ୍ଛାପତ୍ର ଅନୁଯାୟୀ, ତାଙ୍କ ସମ୍ପତ୍ତିର ବହୁଭାଗ ଦାନ ପାଇଁ ରହିଛି। ତାଙ୍କର ପ୍ରାୟ ୩,୮୦୦ କୋଟି ଟଙ୍କାର ସମ୍ପତ୍ତିରୁ ଅଧିକାଂଶ ରାଶି ରତନ ଟାଟା ଏଣ୍ଡୋମେଣ୍ଟ ଫାଉଣ୍ଡେସନ ଏବଂ ରତନ ଟାଟା ଏଣ୍ଡୋମେଣ୍ଟ ଟ୍ରଷ୍ଟକୁ ଦିଆଯାଇଛି। ଯାହା ଦାନଶୀଳ କାର୍ଯ୍ୟ ପାଇଁ ବ୍ୟବହୃତ ହେବ। 

ଏହା ସହିତ, ତାଙ୍କ ପ୍ରିୟ ଜର୍ମାନ ସେଫର୍ଡ କୁକୁର ଟିଟୋର ଦେଖାଶୁଣା ପାଇଁ ୧୨ ଲକ୍ଷ ଟଙ୍କା ରାଶି ରଖାଯାଇଛି। ଯାହା ପ୍ରତି ତିନି ମାସରେ ୩୦,୦୦୦ ଟଙ୍କା ହିସାବରେ ପ୍ରଦାନ କରାଯିବ। ଟିଟୋର ଯତ୍ନ ତାଙ୍କ ଦୀର୍ଘ ସମୟର ରୋଷେୟା ରାଜନ ଶ’ଙ୍କ ହାତରେ ରହିବ। ଏହା ବ୍ୟତୀତ, ରତନ ଟାଟା ତାଙ୍କ କର୍ମଚାରୀଙ୍କୁ ଦେଇଥିବା ସମସ୍ତ ଋଣକୁ ମଧ୍ୟ ମାଫ କରିଛନ୍ତି। ତାଙ୍କ କାର୍ଯ୍ୟକାରୀ ସହାୟକ ଶାନ୍ତନୁ ନାଇଡୁଙ୍କୁ ତାଙ୍କ ଏମବିଏ ଶିକ୍ଷା ପାଇଁ ନେଇଥିବା 1 କୋଟି ଋଣ ସହ ପଡୋଶୀ ଜେକ ମାଲିଟଙ୍କୁ ଦିଆଯାଇଥିବା ଏକ ସୁଦ-ମୁକ୍ତ ଋଣ ମଧ୍ୟ ମାଫ କରାଯାଇଛି।

ଟାଟା ନିଜ ଇଚ୍ଛାପତ୍ରରେ ଏକ ନିୟମ ଲେଖିଦେଇ ଯାଇଛନ୍ତି। ଯାହା ଅନୁଯାୟୀ ଯଦି କେହି ଏହାକୁ ଚ୍ୟାଲେଞ୍ଜ କରେ, ତେବେ ସେ ତାଙ୍କ ସମ୍ପତ୍ତିରୁ କୌଣସି ଅଂଶ ପାଇବେ ନାହିଁ। ଏହି ଇଚ୍ଛାପତ୍ର ଫେବୃଆରୀ ୨୩, ୨୦୨୨ରେ ସ୍ୱାକ୍ଷରିତ ହୋଇଥିଲା ଏବଂ ଏଥିରେ ଚାରୋଟି କୋଡିସିଲ (ଆଇନଗତ ସଂଶୋଧନ ଦଲିଲ) ମଧ୍ୟ ରହିଛି। ରତନ ଟାଟାଙ୍କ ଏହି ଉଦାରତା ଏବଂ ଦୟାଳୁତା ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା, ଯାହା ତାଙ୍କ ମୃତ୍ୟୁ ପରେ ମଧ୍ୟ ଲୋକଙ୍କ ମନରେ ଏକ ପାଦ ଚିହ୍ନ ଛାଡି ଦେଇ ଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.