ନୂଆଦିଲ୍ଲୀ : ଯଦି ଆପଣଙ୍କ ଘରେ ପାଇପ୍ ଯୁକ୍ତ ପିଏନଜି ଗ୍ୟାସ କନେକ୍ସନ ଅଛି, ତ ଆପଣ ଏଲପିଜି ଗ୍ୟାସ୍ ସିଲିଣ୍ଡର ରଖି ପାରିବେ ନାହିଁ। ଏହାସହ ଏମିତି ଉପଭୋକ୍ତାଙ୍କ ପାଇଁ ସିଲିଣ୍ଡରକୁ ରିଫିଲ କରିବା ଉପରେ ରୋକ୍ ଲାଗିଛି। ଭାରତର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଶନିବାର ଏକ ପ୍ରମୁଖ ନିଷ୍ପତ୍ତି ନେଇ ସଂଶୋଧିତ ଯୋଗାଣ ନିର୍ଦ୍ଦେଶ ଜାରି କରିଛନ୍ତି। ମନ୍ତ୍ରଣାଳୟ ବିବୃତ୍ତିରେ କହିଛି ଯେ, ଏହି ସଂଶୋଧନ ଅନୁସାରେ , ସରକାରୀ ତୈଳ କମ୍ପାନୀ ଗୁଡ଼ିକୁ ମଧ୍ୟ ଏମିତି ଉପଭୋକ୍ତାଙ୍କୁ ଏଲପିଜି କନେକ୍ସନ କିମ୍ୱା ରିଫିଲ୍ ଦେବାକୁ ମନା କରାଯାଇଛି, ଯାହାଙ୍କ ପାଖରେ ପୂର୍ବରୁ ପାଇପ୍ର ପ୍ରାକୃତିକ ଗ୍ୟାସ୍ (ପିଏନଜି) କନେକ୍ସନ ରହିଛି।
ଏହା ସହ ମଧ୍ୟ ପଢନ୍ତୁ : ୯୨ ହଜାର ଟନ୍ ଏଲପିଜି ନେଇ ଆସୁଛି ଦୁଇଟି ଭାରତୀୟ ଟ୍ୟାଙ୍କର : ସରକାରଙ୍କ ଅପିଲ
ମନ୍ତ୍ରଣାଳୟ ନିଜର ନିର୍ଦ୍ଦେଶରେ କହିଛି , କେହି ବି ବ୍ୟକ୍ତି ଯାହାଙ୍କ ପାଖରେ ପାଇପ୍ ଯୁକ୍ତ ପ୍ରାକୃତିକ ଗ୍ୟାସ (ପିଏନଜି) କନେକ୍ସନ ଅଛି ଏବଂ ଯାହାଙ୍କ ପାଖରେ ଘରୋଇ ଏଲପିଜି କନେକ୍ସନ ମଧ୍ୟ ଅଛି, ସେ ଘରୋଇ ଏଲପିଜି କନେକ୍ସନ ନିଜ ପାଖରେ ରଖିବେ ନାହିଁ ଏବଂ କୌଣସି ସରକାରୀ ତୈଳ କମ୍ପାନୀ ଠାରୁ କି ଏହାର ବିତରକଙ୍କ ମାଧ୍ୟମରେ ଘରୋଇ ଏଲପିଜି ସିଲିଣ୍ଡରର ରିଫିଲ କରିବେ ନାହିଁ। ଏମିତି ବ୍ୟକ୍ତୀଙ୍କ ପାଇଁ ଏହା ଆବଶ୍ୟକ ହେବ ଯେ, ସେ ନିଜର ଘରୋଇ ଏନପିଜି କନେକ୍ସନକୁ ତୁରନ୍ତ ସମର୍ପିତ କରି ଦିଅନ୍ତୁ।
କହି ରଖୁଛୁ କି , ଗତ ମାସରେ ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ କରିଥିଲେ। ଏଥିରେ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲୀ ଖାମେନିଙ୍କର ମୃତ୍ୟୁ ହୋଇ ଥିଲା। ଏହାପରେ ଇରାନ ଜବାବୀ କାର୍ଯ୍ୟାନୁଷ୍ଠାନ କରି ଉପସାଗରୀୟ ଦେଶ ଗୁଡି଼କରେ ଥିବା ଆମେରିକୀୟ ଠିକଣା ଉପରେ ବୋମାମାଡ଼ କରିଥିଲା। ଏହା ବ୍ୟତୀତ , ସାରାବିଶ୍ୱକୁ ତୈଳ ଓ ଏଲପିଜି ପହଞ୍ଚାଉ ଥିବା ହୋର୍ମୁଜ ପ୍ରଣାଳୀ ରାସ୍ତା କିଛି ଜାହାଜଙ୍କ ବ୍ୟତୀତ , ଅନ୍ୟ ଜାହାଜ ଗୁଡ଼ିକୁ ଯିବାରେ ରୋକ୍ ଲଗେଇ ଥିଲା। ଇରାନ ଅନେକ ଟ୍ୟାଙ୍କରକୁ ମିସାଇଲରେ ଟାର୍ଗେଟ୍ କରିଥିଲା।