ପ୍ରମୂଖ ଖବର
  • MVI ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିିଜିଲାନ୍ସ ଟେରା, ଲକ୍ଷାଧିକ ଟଙ୍କା ସହ ୩୬ଟି ପ୍ଲଟ୍‌ ଠାବ
  • ||
  • ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା ଗାଡ଼ି, ୧୧ ମୃତ, ୨ ଆହତ
  • ||
  • ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ହାରିଲା ପାକିସ୍ତାନ
  • ||
  • ସୁନ୍ଦରଗଡ଼: ରେଳ ଧାରଣା ଉଡ଼ାଇଲେ ମାଓବାଦୀ, ମାଲବାହୀ ଟ୍ରେନ ଚଳାଚଳ ବନ୍ଦ
  • ||
  • ରାଉରକେଲା; ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
  • ||
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଫାଇନାନ୍ସ କମ୍ପାନିର ବଡ଼ ଘୋଟାଲା: କଟକ ଆର୍‌ଟିଓରେ ଧରାପଡ଼ିଲା ଜାଲିଆତି, ୫ ଗାଡ଼ି ଚିହ୍ନଟ

Published By : Manoj | August 3, 2025 10:33 AM

କଟକ,୦୩/୦୮: ସୁପ୍ରିମ୍‌ କୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତେ୍ୱ ଫାଇନାନ୍ସ କମ୍ପାନିଙ୍କ  ଜୁଲମ୍‌ ସରୁନାହିଁ । କିସ୍ତି ଦେଇପାରୁ ନଥିବା ଅଭିଯୋଗରେ ଗାଡ଼ିଗୁଡ଼ିକୁ ରାସ୍ତାରୁ ଜବରଦସ୍ତ ଛଡ଼ାଇ ଅଣାଯାଉଛି । ସେଗୁଡ଼ିକୁ ଟିକସ ଫାଙ୍କି ବିନା କାଗଜପତ୍ରରେ ପୁଣି ବିକ୍ରି କରି ଦିଆଯାଉଛି । ଏଭଳି ଜାଲିଆତି କରି ଗୋଟେ ଫାଇାନାନ୍ସ ସଂସ୍ଥା ପ୍ରାୟ  ୫୦ଟି ୬ରୁ ୧୦ ଚକିଆ ଗାଡ଼ି ବିଭିନ୍ନ ଲୋକଙ୍କୁ ବିକ୍ରି  କରି ଦେଇଥିବା ଜଣାପଡ଼ିଛି । ଏହି ଗାଡ଼ି କିଣିବା ପରେ ଗାଡ଼ି ମାଲିକମାନେ କଟକ ଆର୍‌ଟିଓଙ୍କ  କାର୍ଯ୍ୟାଳୟ ଆସିବା ପରେ ଏହି ଘୋଟାଲାର ପର୍ଦ୍ଦାଫାସ୍‌ ହୋଇଛି । ଏଥିରୁ ୫ଟି ଗାଡ଼ି କଟକ  ଆର୍‌ଟିଓଙ୍କ ହାବୁଡ଼ରେ ପଡ଼ିଛି । ୧୩ ଲକ୍ଷ ଟଙ୍କାର  ଟିକସ ଫାଙ୍କି ରାସ୍ତାରେ ଚାଲୁଥିବା ଏକ ବସ୍‌କୁ ଜବତ କରାଯିବା ପରେ ଫାଇନାନ୍ସ କମ୍ପାନିଙ୍କ ଜୁଲମ୍‌ର ପର୍ଦ୍ଦାଫାସ୍‌ ହେବାକୁ ଯାଉଛି । 

ଓଡି୦୫-ଏଲ୍‌-୬୭୮୮ ନମ୍ବରର ଏକ  ବସ୍‌ ଉପରେ ୧୨ ଲକ୍ଷ ୯୭ ହଜାର ୯୦୯  ଟଙ୍କା ଟିକସ୍‌ (ଜରିମାନାକୁ ମିଶାଇ) ବକେୟା  ଗଡ଼ି ଆସୁଥିଲା । କଟକ ଆର୍‌ଟିଓଙ୍କ ନିକଟରେ  ପଞ୍ଜୀକରଣ ହୋଇଥିବା ଏହି ଗାଡ଼ିକୁ ଧରିବା  ପାଇଁ ଆର୍‌ଟିଓଙ୍କ ପକ୍ଷରୁ ଯୋଜନା ଆରମ୍ଭ ହୋଇଥିଲା । ମିଳିଥିବା ସୂଚନା ଆଧାରରେ ଏହି  ବସ୍‌ଟି ନୟାଗଡ଼ର ଏକ ପେଟ୍ରୋଲ୍‌ ପମ୍ପ୍‌ରେ ଛିଡ଼ା  ହୋଇଥିବା କଟକ ଆର୍‌ଟିଓଙ୍କୁ ଖବର ମିଳିଥିଲା ।  କଟକ ଆର୍‌ଟିଓ ଏନେଇ ନୟାଗଡ଼ ଆର୍‌ଟିଓଙ୍କୁ  ଖବର ଦେଇଥିଲେ । ନୟାଗଡ଼ ଆର୍‌ଟିଓ ଶନିବାର  ଏହି ଗାଡ଼ିକୁ ଉକ୍ତ ପେଟ୍ରୋଲ୍‌ ପମ୍ପ୍‌ରେ ଚଢ଼ଉ କରି  ଜବତ କରିବା ସହ କଟକ ଆର୍‌ଟିଓଙ୍କୁ ଅବଗତ  କରିଥିଲେ । କିନ୍ତୁ ଏହି ଗାଡ଼ି ଧରାପଡ଼ିବା ପରେ  ଫାଇନାନ୍ସ କମ୍ପାନି ଦ୍ୱାରା ଚାଲିଥିବା ବଡ଼ ଜାଲିଆତିର  ପର୍ଦ୍ଦାଫାସ୍‌ ହୋଇଛି । 

କଟକ ଆର୍‌ଟିଓ ବିରଞ୍ଚି ନାରାୟଣ ଅଧିକାରୀଙ୍କ  କହିବା ଅନୁଯାୟୀ, କୌଣସି ଗାଡ଼ି ଯେତେବେଳେ  ଫାଇନାନ୍ସ କମ୍ପାନିଙ୍କ ଋଣ ଅର୍ଥ ଶୁଝି ନ ପାରେ  ସେତେବେଳେ ଉକ୍ତ ଫାଇନାନ୍ସ ସଂସ୍ଥା ଆଇନ ଅନୁଯାୟୀ ଗାଡ଼ିକୁ ସମ୍ପୃକ୍ତ ଗାଡ଼ି ମାଲିକଙ୍କଠାରୁ ନେଇପାରିବେ । କିନ୍ତୁ ଏକ ନିର୍ଦ୍ଦିଷ୍ଟ ଫାଇନାନ୍ସ ସଂସ୍ଥା  ଓଡ଼ିଶାରେ ପ୍ରାୟ ୫୦ଟି ଗାଡ଼ିକୁ ଜବରଦସ୍ତି ବାଟରେ  ଅଟକାଇ ଡ୍ରାଇଭର୍‌ମାନଙ୍କଠାରୁ ଛଡ଼ାଇ ଆଣିଥିବା  ଦେଖାଯାଇଛି । ଯେଉଁଗାଡ଼ିଟିକୁ ଜବତ କରାଯାଇଛି  ଉକ୍ତ ଗାଡ଼ିରୁ ଏହି ଘଟଣା ସ୍ପଷ୍ଟ ହୋଇଛି । ଏହି ଗାଡ଼ି  ଉପରେ ୧୩ ଲକ୍ଷ ଟଙ୍କା ଟିକସ ଗଡ଼ି ଆସୁଥିଲା।  ଗାଡ଼ିଟି ପ୍ରଥମେ ଦୀପକ କୁମାର ସାମନ୍ତରାୟଙ୍କ  ନାମରେ ଥିଲା । ଶ୍ରୀ ସାମନ୍ତରାୟଙ୍କଠାରୁ ଗାଡ଼ିଟି  ସଚିନ୍‌ କୁମାର ସାହୁ କିଣିଥିଲେ । ସଚିନଙ୍କ ଠାରୁ  ଫାଇନାନ୍ସ କମ୍ପାନି ଗାଡ଼ି ଛଡ଼ାଇ ଆଣି ଅନ୍ୟ ଜଣେ  ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିଲା । କିନ୍ତୁ ଗାଡ଼ିଟି ଟିକସ୍‌  ଫାଙ୍କି ଚଲାଉଥିବାରୁ ଏହାକୁ ଜବତ କରିବାକୁ  ପଦକ୍ଷେପ ଆରମ୍ଭ ହୋଇଥିଲା । ଜବତ ପରେ ଗାଡ଼ିର ମାଲିକ ଯେଉଁ ଫାଇନାନ୍ସ କମ୍ପାନିଠାରୁ ଗାଡ଼ିଟି  କିଣିଛନ୍ତି ଉକ୍ତ ଫାଇନାନ୍ସ କମ୍ପାନି ଏହି ଟିକସକୁ  ନ ଦେଇ ଗାଡ଼ିଟିକୁ ଗାଡ଼ି ମାଲିକଙ୍କୁ ବିକ୍ରି କରି ଦେଇଥିବା ଜଣାପଡ଼ିଛି । ତଦନ୍ତ ପରେ ପ୍ରକୃତ  ରହସ୍ୟ ଉନ୍ମୋଚନ ହେବ ବୋଲି ଶ୍ରୀ ଅଧିକାରୀ  କହିଛନ୍ତି । ଏହା ପଛରେ ଏକ ର‌୍ୟାକେଟ୍‌ କାମ  କରୁଥିବା ଶ୍ରୀ ଅଧିକାରୀ ଆଶଙ୍କା ବ୍ୟକ୍ତ କରିଛନ୍ତି ।  

ସେ କହିଛନ୍ତି, କୌଣସି ଫାଇନାନ୍ସ  କମ୍ପାନି ଯେତେବେଳେ ଗୋଟେ ଗାଡ଼ିକୁ ଜବତ  କରେ ଏହାପରେ ଗାଡ଼ିର ଏଫ୍‌ଆର୍‌ସି(ଫାଷ୍ଟ୍‌  ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌) କରିବା କଥା ।  ଏଥିପାଇଁ ଗାଡ଼ିର ମାଲିକଙ୍କଠାରୁ ଅନୁମତି  ଆଣିବାକୁ ପଡ଼ିବ । କିନ୍ତୁ ଏହି ଗାଡ଼ିର ଏଫ୍‌ଆର୍‌ସି  ନାହିଁ । ଅର୍ଥାତ ଗାଡ଼ିଟିକୁ ଛଡ଼ାଇ ଅଣାଯାଇଥିବାରୁ  ଫାଇନାନ୍ସ କମ୍ପାନି ଏଫ୍‌ଆର୍‌ସି କରିବାକୁ ସକ୍ଷମ  ହୋଇନାହିଁ । କେବଳ ଏହି ଗୋଟିଏ ଗାଡ଼ି ନୁହେଁ  ଏଭଳି ୫୦ ଗାଡ଼ି କଟକ ଆର୍‌ଟିଓଙ୍କ ପକ୍ଷରୁ ଚିହ୍ନଟ  କରାଯାଇଛି । ସବୁଯାକ ଗାଡ଼ି ଗୋଟିଏ ନିର୍ଦ୍ଦିଷ୍ଟ  ଫାଇନାନ୍ସ ସଂସ୍ଥାର । ଏଭଳି ଉକ୍ତ ଫାଇନାନ୍ସ ସଂସ୍ଥା  ସରକାରଙ୍କ କୋଟି କୋଟି ଟଙ୍କା ଟିକସ୍‌ ଫାଙ୍କି  ଚାଲିଛି । ଖୁବ୍‌ଶୀଘ୍ର ତଦନ୍ତ ପରେ ଉକ୍ତ ଫାଇନାନ୍ସ  ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ  ଆରମ୍ଭ ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.