ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସୋନାରପୁରରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ ଘଟଣାରେ ନୂଆ ଟ୍ବିଷ୍ଟ୍ । ଗିରଫ ଅଭିଯୁକ୍ତଙ୍କ ସହ ରହିଛି ଟିଏମସିର ପୂର୍ବତନ ବିଧାୟକଙ୍କ ଲିଙ୍କ୍ । ଏବେ ଗିରଫ ଲୋକଙ୍କ ସହ ବିଧାୟକଙ୍କ ନାଁ ଯୋଡ଼ା ଯାଉଥିବାବେଳେ ନୂଆ ଟ୍ବିଷ୍ଟ୍ ଆସିଛି । ଅଭିଷେକଙ୍କୁ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ତପନ ମାଇତି ଏବଂ ଆକାଶ ଆକ୍ରମଣ କରିଥିବା ଭିଡିଓରେ ନଜର ଆସିଛନ୍ତି । ପୁଲିସ ଏମାନଙ୍କୁ ଅଟକ ରଖିଛି । ତପନ ମାଇତି ଏବଂ ନିର୍ମାଲ୍ୟ ସେନଗୁପ୍ତ ଓରଫ ଜୟ ପୂର୍ବତନ ଟିଏମସି ବିଧାୟକ ଲଭଲି ମୈତ୍ରଙ୍କ ନିକଟତର ବୋଲି ଜଣାପଡ଼ୁଛି । କାଜଲ ଦାସ ଏବଂ ଦେବାଶିଷ ଦତ୍ତ ମଧ୍ୟ ପୂର୍ବତନ ବିଧାୟକଙ୍କ ସହ ଜଡିତ ବୋଲି କୁହାଯାଉଛି ।ତେବେ ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ଟିଏମସିର ପୂର୍ବତନ ନେତାଙ୍କ ସହଯୋଗୀ ହୋଇଥିବାବେଳେ କାହିଁକି ଆକ୍ରମଣ କଲେ ଏହାକୁ ନେଇ ପ୍ରଶ୍ନ ଉଠିଛି । ଏହାସହ ଏହା ଯୋଜନାବଦ୍ଧ ବୋଲି ମଧ୍ୟ କୁହାଯାଉଛି ।
ଏହାସହ ପଢ଼ନ୍ତୁ : ଟି-୨୦ ଦଳକୁ ଫେରିବେ କି ଗିଲ୍ ? ଉତ୍ତରରେ କହିଲେ...