ପ୍ରମୂଖ ଖବର
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

କର୍ଣ୍ଣାଟକର ଧାର୍ମିକସ୍ଥଳୀରେ ଶବ ପୋତା ମାମଲାରେ ବଡ଼ ଟ୍ଵିଷ୍ଟ୍, ଗିରଫ ହେଲେ ଅଭିଯୋଗ ଆଣିଥିବା ସଫେଇ କର୍ମୀ

Published By : Rasmita Pradhan | August 23, 2025 11:50 AM

ନୂଆଦିଲ୍ଲୀ, ୨୩/୦୮ : କର୍ଣ୍ଣାଟକର ଧାର୍ମିକସ୍ଥଳୀରେ ୭୦ ରୁ ୮୦ ଶବ ପୋତା ହୋଇଥିବା ମାମଲାରେ ବଡ଼ ଟ୍ଵିଷ୍ଟ୍। ଗିରଫ ହେଲେ ଅଭିଯୋଗ ଆଣିଥିବା ସଫେଇ କର୍ମୀ। ମିଥ୍ୟା ଦାବି ଅଭିଯୋଗରେ ଏସଆଇଟି ଟିମ୍ ଅଭିଯୋଗକାରୀଙ୍କୁ ଗିରଫ କରିଛି। ପ୍ରଥମିକ ତଦନ୍ତରୁ ଯେଉଁ ଖପୁରୀ ଜବତ ହୋଇଥିଲା ତାହା ନକଲି ବୋଲି ଜଣାପଡ଼ିଛି। ଅଭିଯୋଗକାରୀଙ୍କ ବୟାନରେ ତାଳମେଳ ରହୁନଥିବା ଓ ମିଛ ପ୍ରମାଣ ଯୋଗୁଁ ତାଙ୍କୁ ଗିରଫ କରାଯାଇଥିବା ତଦନ୍ତ କରୁଥିବା ଅଧିକାରୀ କହିଛନ୍ତି।  

ସଫେଇ କର୍ମଚାରୀ ଜଣଙ୍କ ଦାବି କରିଥିଲେ ଯେ, ୧୯୯୫ ରୁ ୨୦୧୪ ମଧ୍ୟରେ ସେ ଉକ୍ତ ଧାର୍ମିକସ୍ଥଳୀରେ କାମ କରୁଥିଲେ। ଏହି ସମୟରେ ତାଙ୍କୁ ବହୁ ମହିଳା ଓ ନାବାଳିକାଙ୍କ ଶବ ପୋତିବାକୁ ବାଧ୍ୟ କରାଯାଇଥିଲା। ଯୌନ ଶୋଷଣ ପରେ ମହିଳା ଓ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଶବ ଗୁଡ଼ିକରୁ ଜଣାପଡ଼ୁଥିଲା। ଏହାପରେ ନେତ୍ରବତୀ ନଦୀ କୂଳରେ ଅଭିଯୋଗକାରୀ ଚିହ୍ନଟ କରିଥିବା ସ୍ଥାନରେ ଏସଆଇଟି ଖୋଳାଖୋଳି କରିଥିଲା। ପ୍ରାୟ ୧୫ଟି ସ୍ଥାନରେ ଖୋଳାଯାଇଥିଲା। ହେଲେ ଦୁଇଟି ସ୍ଥାନରୁ କିଛି କଙ୍କାଳ ମିଳିଥିଲା। ଏହି ଘଟଣା ପରେ କର୍ଣ୍ଣାଟକରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। 

ସଫେଇ କର୍ମଚାରୀ ଜଣଙ୍କ ୧୦ ବର୍ଷ ପରେ କାହିଁକି ଏହି ଘଟଣା ପ୍ରକାଶ କଲେ ପଚରାଯିବାରୁ, ସେ କହିଥିଲେ ଯେ ଏହି କାର୍ଯ୍ୟ ପାଇଁ ସେ ପଶ୍ଚାତାପ କରିବା ସହ ନିଜକୁ ଦୋଷୀ ଅନୁଭବ କରୁଥିଲେ। ସ୍ଵପ୍ନରେ କଙ୍କାଳ ଦେଖୁଥିଲେ। ତାଙ୍କ ଜୀବନ ପ୍ରତି ଓ ତାଙ୍କ ପରିବାର ଲୋକଙ୍କ ପ୍ରତି ବିପଦ ଥିବାରୁ ଦୀର୍ଘ ଦିନ ଧରି ସେ ଚୁପ୍ ଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.