ଭୁବନେଶ୍ଵର, ୬/୧୨ : ସୁଭଦ୍ରାରେ ସାମିଲ ପାଇଁ ଆବେଦନ ଗୁଡ଼ିକ ବିଚାରାଧୀନ। ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁଭଦ୍ରାରେ ସାମିଲ ପାଇଁ ୬,୨୩,୫୫୫ ଆବେଦନ ବିଚାରାଧୀନ ଅଛି। ୩୦ଜିଲ୍ଲାରେ ପ୍ରଥମ କିସ୍ତିରେ ଏକ କୋଟି ୩୭ ଲକ୍ଷ ୫ହଜାର ୯୪୧ଜଣ ଉପକୃତ ହୋଇଛନ୍ତି। ଦ୍ୱିତୀୟ କିସ୍ତିରେ ୧ କୋଟି ୧୯ ଲକ୍ଷ ୨ହଜାର ୭୨୪ ଜଣ ଉପକୃତ ହୋଇଛନ୍ତି। ତୃତୀୟ କିସ୍ତିରେ ୯୭ ଲକ୍ଷ ୬୫ ହଜାର ୩୩୯ ଜଣ ହିତାଧିକାରୀ ପାଇଛନ୍ତି। ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି।