ମୁମ୍ୱାଇ : ବିଗ୍‌ ବସ୍‌-୧୮ର ଆରମ୍ଭ ହେବାରେ ଏବେ ଆଉ ଦୁଇ ଦିନ ବାକି ରହିଛି। ଶୋ’ର ପ୍ରିମିୟର ୦୬ ଅକ୍ଟୋବର, ୨୦୨୪ରେ ହେବାକୁ ଯାଉଛି। ଏହି କ୍ରମରେ ଶୋ’କୁ ନେଇ ଦର୍ଶକଙ୍କ ଉତ୍ସାହ ଖୁବ୍ ବଢି ଯାଇଛି। ପ୍ରତି ଶୋ’ କୁ ନେଇ ନୂଆ ନୂଆ ଅପଡେଟ୍‌ ସାମନାକୁ ଆସୁଛି। ଏବେସୁଦ୍ଧା ଶୋ’ର ୩ଜଣ ପ୍ରତିଯୋଗୀଙ୍କ ନାଁ ଅଫିସିଆଲି ଘୋଷଣା କରାଯାଇଛି। ଏହି ମଧ୍ୟରେ ଏବେ ବିଗ୍‌ ବସ୍ -୧୮ର ସେଟ୍‌ରେ ଅନିରୁଦ୍ଧାଚାର୍ଯ୍ୟ ମହାରାଜ ନଜର ଆସିଛନ୍ତି। ଏହା ପରେ ତାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। 

ବିଗ୍ ବସ୍‌ର ସେଟ୍‌ରୁ ଅନିରୁଦ୍ଧାଚାର୍ଯ୍ୟଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଅନୁରୁଦ୍ଧାଚାର୍ଯ୍ୟ ଧଳା ରଙ୍ଗର ଧୋତି କୁର୍ତ୍ତା ଓ ପିଙ୍କ ରଙ୍ଗର ଚୁର୍ନି ପିନ୍ଧିବାର ନଜର ଆସୁଛି। ଫଟୋଗ୍ରାଫର ତାଙ୍କୁ ଦେଖି ପୋଜ୍‌ ଦେବାକୁ ବାରମ୍ୱାର କହୁ ଥିବାର ଦେଖିବାକୁ ମିଳୁଛି। ଏହା ଉପରେ ସେ ସମସ୍ତଙ୍କୁ ହାତ ଦେଖାଇ ଜଣକ ପରେ ଜଣେ ପୋଜ୍‌ ଦେବାକୁ କହୁଛନ୍ତି। 

ବିଗବସ୍‌ ଡଟ୍‌ ତାଜାଖବର ଅନୁସାରେ ଅନିରୁଦ୍ଧାଚାର୍ଯ୍ୟ ମହାରାଜ ବିଗ୍‌ ବସ୍‌-୧୮ର ଗ୍ରାଣ୍ଡ ପ୍ରିମିୟରରେ ଏକ ବିଶେଷ ସେଗମେଣ୍ଟ ପାଇଁ ପହଞ୍ଚିଛନ୍ତି। ବର୍ତ୍ତମାନ ସେଟ୍‌ରେ ତାଙ୍କର ଆସିବା ନେଇ ଅଫିସିଆଲି ସୂଚନା ସାମନାକୁ ଆସି ନାହିଁ। 


କହି ରଖୁଛୁ କି , ଅନିରୁଦ୍ଧାଚାର୍ଯ୍ୟ ଜୀ ମହାରାଜଙ୍କୁ ବିଗ୍‌ବସ୍‌ -୧୮ ପାଇଁ ଆପ୍ରୋଚ କରାଯାଇ ଥିଲା, କିନ୍ତୁ ସେ ଶୋ’ର ଅଫରକୁ ଏଡେଇ ଦେଇଥିଲେ। କେବଳ ଏତିକି ନୁହେଁ ସେ ଏହା ପଛର କାରଣ ତାଙ୍କର ସଂସ୍କାର ଓ ତାଙ୍କର ସଂସ୍କୃତି କଥା କହିଥିଲେ। ଗୁରୁଜୀ କଥା ପ୍ରବଚନ ବେଳେ କହିଥିଲେ , ତାଙ୍କ ପାଇଁ ଟଙ୍କା କୌଣସି ମୂଲ୍ୟ ରଖେନାହିଁ , ସଂସ୍କାର ମୂଲ୍ୟ ରଖେ।