ନୂଆଦିଲ୍ଲୀ,୩୦/୧୧; ଜମୁଛି ଲୋକପ୍ରିୟ ଶୋ ବିଗ୍ ବସ୍ ସିଜନ୍ ୧୯ । ଫାଇନାଲ ନିକଟ ହେଉଥିବା ବେଳେ ୱିକେଣ୍ଡ୍ କା ବାର ଏପିସୋଡ୍ ଦର୍ଶକଙ୍କ ମନ କିଣି ନେଇଛି । ଲୋକପ୍ରିୟ ଟିଭି ଷ୍ଟାର ଏବଂ ଫାଇନାଲିଷ୍ଟ ଗୌରବ ଖାନ୍ନାଙ୍କୁ ଶୋ'ର ହୋଷ୍ଟ ସଲମାନ ଖାନ ପ୍ରଶଂସା କରିଛନ୍ତି । ଗୌରବ ଏବଂ ଶୋ'ରେ ତାଙ୍କ ଯାତ୍ରାକୁ ବହୁତ ପ୍ରଶଂସା କରିଛନ୍ତି ସଲମାନ୍ । ଗୌରବଙ୍କ ଶାନ୍ତ ଏବଂ ସଂଯୋଜିତ ଆଚରଣ, ସଠିକ୍ ସ୍ୱରରେ ଏକ ସ୍ଥିତିକୁ ସାମ୍ନା କରିବାର ଦକ୍ଷତାକୁ ପ୍ରଶଂସା କରିଛନ୍ତି ଭାଇଜାନ୍ । ଏପିସୋଡ୍ ଶେଷ ଆଡ଼କୁ, ସଲମାନ ଏହା ମଧ୍ୟ କହିଥିଲେ ଯେ ସେ ଶୀଘ୍ର ପପୁଲାର ଟିଭି ସିରିୟର ଅନୁପମା ଷ୍ଟାର ଗୌରବ ଖାନ୍ନାଙ୍କ ସହିତ କାମ କରିବେ ।

ଶନିବାର ରାତିରେ "ୱିକେଣ୍ଡ୍ କା ବାର" ଏପିସୋଡ୍ରେ, ସଲମାନ୍ ଖାନ ଘରର ସଦସ୍ୟମାନଙ୍କ ପାଇଁ ଗୌରବ ଖାନାଙ୍କ ଆଚରଣ ଏବଂ ଖେଳ ବିଷୟରେ ମତାମତ ବାଣ୍ଟି ଥିଲେ। ଅନେକ ତାଙ୍କୁ ଦ୍ୱନ୍ଦ୍ୱୀ, ନକଲି କିମ୍ବା ଅତ୍ୟଧିକ ରଣନୀତିକ ବୋଲି ଅଭିଯୋଗ ଆଣିଥିଲେ । ସଲମାନ ଗୌରବଙ୍କ ଶାନ୍ତ ଏବଂ ନିୟନ୍ତ୍ରିତ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ସେ କହିଥିଲେ, "ଯଦି ଏହା ତୁମର ଖେଳ, ତେବେ ଗୌରବ ଖାନାଙ୍କ ପାଇଁ ଶୁଭେଚ୍ଛା, କାରଣ ଏହି ଘରେ ଧର୍ଯ୍ୟ ପ୍ରାୟ ଅସମ୍ଭବ!" ଶୋ'ର ବିଶୃଙ୍ଖଳା ମଧ୍ୟରେ ଗୌରବଙ୍କ ଚତୁର, ସଂଯୋଜିତ ରଣନୀତିକୁ ମଧ୍ୟ ପ୍ରଶଂସା କରିଥିଲେ ସଲମାନ୍ । ତୁମକୁ ହ୍ୟାଟ୍ସ ଅପ୍ ଗୌରବ । ଯଦି ଗୌରବ ଏକ ଖେଳ ଖେଳୁଛନ୍ତି, ତେବେ ଏହା ପ୍ରଶଂସନୀୟ । ତାଙ୍କ ପରିବାର, ପତ୍ନୀ ଏବଂ ଫ୍ୟାନ୍ସ ମଧ୍ୟ ତାଙ୍କୁ ନେଇ ଗର୍ବ କରୁଥିଲେ । ଯଦି ସେ ଏପରି ଭାବରେ କାମ କରନ୍ତି, ତେବେ ତାଙ୍କୁ ଅନେକ ପ୍ରୋଜେକ୍ଟ ମିଳିବ, ଏବଂ  ଗୌରବଙ୍କ ସହିତ ବହୁତ ଶୀଘ୍ର କାମ କରିବେ ବୋଲି କହିଛନ୍ତି ସଲମାନ ଖାନ୍‌।​​​​​​​