ପ୍ରମୂଖ ଖବର
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ନୀତିଶଙ୍କ ପୁଅ ନିଶାନ୍ତଙ୍କ ରାଜନୀତିରେ ଆସିବା ସୁନିଶ୍ଚିତ ! ଜାଣନ୍ତୁ କେଉଁଠୁ ଲଢିବେ ନିର୍ବାଚନ

Published By : Gurupada Nath | February 27, 2025 9:06 PM

ନୂଆଦିଲ୍ଲୀ, ୨୭/୨ :  ବିହାରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । ଏହା ମଧ୍ୟରେ ବିହାର ରାଜନୀତିରେ ସିଏମ୍ ନୀତିଶ କୁମାରଙ୍କ ପୁଅ ନିଶାନ୍ତଙ୍କୁ ନେଇ କେତେକ ପ୍ରକାରର ଚର୍ଚ୍ଚା ଜାରି ରହିଛି । ଗତ କିଛି ଦିନରେ ରାଜନୀତିରେ ନିଶାନ୍ତଙ୍କ ସକ୍ରିୟତା ବଢିବା‌ରେ ଲାଗିଛି । ଯାହାପରେ ନିଶାନ୍ତଙ୍କୁ ନେଇ ରାଜନୀତି ଦ୍ରୁତ ହେବାରେ ଲାଗିଛି । ଏହା ମଧ୍ୟରେ ଏବେ ବିଶ୍ବସ୍ତ ସୂତ୍ରରୁ ଖବର ଆସୁଛି କି ନୀତିଶ କୁମାରଙ୍କ ପୁଅ ନିଶାନ୍ତଙ୍କ ରାଜନୀତିରେ ଆସିବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି। ନିଶାନ୍ତ ନାଳନ୍ଦା ଜିଲ୍ଲାର ହରନ୍ୟାତ ବିଧାନସଭା ସିଟରୁ ନିର୍ବାଚନ ଲଢିପାରନ୍ତି । ହରନ୍ୟାତ ବିଧାନସଭା ସିଟ ଜଦୟୁର ଗଡ଼ ବୋଲି ଧରାଯାଏ । ନୀତିଶ ନିଜ ନିର୍ବାଚନୀ ଯାତ୍ରାର ଆରମ୍ଭ ଏହି ହରନ୍ୟାତ ସିଟରୁ କରିଥିଲେ । 

ଯଦି ଆମେ ଦେଖିବା ତେବେ ପରିବାର ସଦସ୍ୟଙ୍କୁ ରାଜନୀତିରେ ଆସିବାକୁ ନ ଦେବା ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ବଡ଼ ରାଜନୈତିକ ପୁଞ୍ଜି ଥିଲା । କିନ୍ତୁ ବୋଧ ହୁଏ ତାଙ୍କ ପରିବାର ସଦସ୍ୟଙ୍କ ବାଧ୍ୟରେ ନୀତିଶ କୁମାର ତାଙ୍କର ଏକମାତ୍ର ପୁଅ ନିଶାନ୍ତ କୁମାରଙ୍କ ନିର୍ବାଚନୀ ରାଜନୀତିରେ ଆସିବା କୁହାଯାଉଛି। ଆଗାମୀ ବିଧାନସଭା ନିର୍ବାଚନରେ ନିଶାନ୍ତ ନାଳନ୍ଦା ହରନ୍ୟାତ ବିଧାନସଭା ସିଟରୁ ପାର୍ଟିର ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.