ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିଜାପୁର ଏନକାଉଣ୍ଟରରେ ଟଳିଥିଲେ ୧୮ ମାଓବାଦୀ,ଦକ୍ଷିଣ ବସ୍ତର ଡିଭିଜନାଲ ମାଓସଂଗଠନ ତରଫରୁ ସୂଚନା

Published By : Prameya | January 19, 2025 9:39 AM

ମାଲକାନଗିରି/ବିଜାପୁର,୧୯/୦୧: ଛତିଶଗଡ଼ର ବିଜାପୁର  ଜିଲ୍ଲା ଅନ୍ତର୍ଗତ ପୂଜାରୀ କାଙ୍କେରସ୍ଥିତ ଜଙ୍ଗଲରେ  ଗୁରୁବାର ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ  ସାଙ୍ଘାତିକ ମୁହାଁମୁହିଁ ସଂଘର୍ଷ ହୋଇଛି । ସୁରକ୍ଷା  କର୍ମୀଙ୍କ ନିର୍ଘାତ ଗୁଳିମାଡ଼ରେ ୧୨ ନୁହେଁ ୧୮ ଜଣ ମାଓବାଦୀ ନିପାତ ହୋଇଛନ୍ତି । ଏନେଇ ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାର କରାଯାଇଛି। 

ସୂଚନା ମୁତାବକ, ଗୁରୁବାର ସକାଳେ ଛତିଶଗଡ଼ ବିଜାପୁର ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । କୁମ୍ବିଂ ଅପରେସନ୍‌ରେ ବିଜାପୁର, ଡିଆରଜି  ସୁକମା, ଡିଆରଜି ଦନ୍ତେୱାଡ଼ା, କୋବ୍ରାର ପୃଥକ  ପୃଥକ ବାଟାଲିୟନ ଏବଂ ସିଆର୍‌ପିଏଫ୍‌ର ପ୍ରାୟ  ୧୨୦୦ରୁ ୧୫୦୦ ଯବାନ ସାମିଲ  ହୋଇଥିଲେ। ଦକ୍ଷିଣ ବିଜାପୁରରେ ଏନ୍‌କାଉଣ୍ଟର ଆରମ୍ଭ  ହୋଇଥିଲା । ମଝିରେ ରହି ରହି ଏହା ବିଳମ୍ବିତ  ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା । ଏଥିରେ ସୁରକ୍ଷା  କର୍ମୀଙ୍କୁ ବଡ଼ ସଫଳତା ମିିଳିଥିଲା  ଏହି ଏନ୍‌କାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା କହିଥିଲା ଛତିଶଗଡ଼ ପୋଲିସ । ହେଲେ ଏନ୍‌କାଉଣ୍ଟରରେ ଆସିଲା ବଡ଼ ଖବର । ୧୨ ନୁହେଁ ୧୮ ଜଣ ମାଓବାଦୀ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଜଣାପଡିଛି । ତାହା ପୁଣି ଦକ୍ଷିଣ ବସ୍ତର ମାଓ ସଂଗଠନ ପକ୍ଷରୁ ଏକ ଚିଠି ମାଧ୍ୟମରେ ସ୍ପଷ୍ଟ କରାଯାଇଛି।ସେହିପରି ମାଓ ସଂଗଠନ ପକ୍ଷରୁ ମାଓନେତା ଦାମୋଦରଙ୍କ ଏକ ଫଟୋ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ପୋଲିସ ଗୁଳିରେ ଦାମୋଦର ନିହତ ହୋଇଥିବା କଥା ସ୍ପଷ୍ଟ କରିଛନ୍ତି । ଚିଠିରେ ଆହୁରି ଲେଖା ଅଛି ଯେ, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର ପରେ ୧୨ ଜଣ ମାଓବାଦୀଙ୍କ ମୃତଦେହ ଠାବ କରିଥିଲେ , ବାକି ୬ ଜଣଙ୍କ ମୃତଦେହକୁ ଏନ୍‌କାଉଣ୍ଟର ପରେ ସାଥୀମାନେ ନେଇଯାଇଥିଲେ । 

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜାନୁଆରୀ  ୧୨ରେ ବିଜାପୁର ଜିଲ୍ଲାର ନ୍ୟାସନାଲ ପାର୍କ ଅଞ୍ଚଳରେ  ହୋଇଥିବା ଏନ୍‌କାଉଣ୍ଟରରେ ୩ ସନ୍ଦିଗ୍ଧ ମାଓବାଦୀ  ନିପାତ ହୋଇଥିଲେ । ଜାନୁଆରୀ ୯ରେ ସୁକମା  ଜିଲ୍ଲାର ଆଉ ଏକ ଅପରେସନରେ ୩ ମାଓବାଦୀ  ପ୍ରାଣ ହରାଇଥିଲେ । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦର  ଅନ୍ତ ଘଟିବା ନେଇ ଜାନୁଆରୀ ୬ରେ ସ୍ୱରାଷ୍ଟ୍ର ମନ୍ତ୍ରୀ  ଅମିତ ଶାହ କହିଥିଲେ । ସରକାରଙ୍କ ନିଷ୍ପତ୍ତି ସ୍ୱରୂପ ସେବେଠାରୁ ମାଓ ଦମନ ଅଭିଯାନ ତ୍ୱରାନ୍ୱିତ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.