ପ୍ରମୂଖ ଖବର
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ମାହାଙ୍ଗା ଉମରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ହେବା ଘଟଣା, ପ୍ରତିବାଦ ପରେ ଯୋଡ଼ା ହେଲା ପ୍ରତିମୂର୍ତ୍ତି

Published By : Rasmita Pradhan | March 5, 2025 12:35 PM

ଭୁବନେଶ୍ଵର, ୦୫/୦୩ : ମାହାଙ୍ଗା ଉମରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ହେବା ଘଟଣା। ପ୍ରତିବାଦ ପରେ ପୋଲିସ ଉପସ୍ଥିତିରେ ଯୋଡ଼ା ହେଲା ଭଙ୍ଗା ମୂର୍ତ୍ତି। ବିଜୁ ବାବୁଙ୍କ ଜୟନ୍ତୀରେ ଭଙ୍ଗା ମୂର୍ତ୍ତିକୁ ଯୋଡ଼ା ଯାଇଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ କରୁଛି। ତେବେ ସିସିଟିଭି ଯାଞ୍ଚରି ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଅନ୍ଧାର ଯୋଗୁଁ କିଛି ଦୃଶ୍ୟମାନ ହେଉନି।

ସୂଚନାନୁଯାୟୀ, ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଜାକଜମକରେ ପାଳନ କରାଯିବାକୁ ମାହାଙ୍ଗା ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା। ହେଲେ ସୋମବାର ବିଳମ୍ଵିତ ରାତିରେ ଏଖ ଅଭାବନୀୟ ଘଟଣା ଘଟିଥିଲା। ନିଶ୍ଚିନ୍ତକୋଇଲି ଲଳିତଗିରି ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ଵରେ ତଥା ପର୍ଯ୍ୟଟନସ୍ଥଳୀ ଉମର ବଳଦେବଜିଉ ମନ୍ଦିର ସନ୍ନିକଟରେ ସ୍ଥାପିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ କେଛି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ। ପ୍ରତିମୂର୍ତ୍ତିରୁ ମୁଣ୍ଡକୁ ଅଲଗା କରି ଦେଇଥିଲେ। ଏହି ଘଟଣାକୁ ନେଇ ସର୍ବସାଧାରଣରେ ତୀବ୍ର ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଭଦ୍ରେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ସାଲେପୁର ଏସ୍‌ଡିପିଓ ବିରଞ୍ଚି ନାରାୟଣ ପତି, ଭଦ୍ରେଶ୍ୱର ଥାନା ଆଇଆଇସି ସନ୍ଧ୍ୟାରାଣୀ ସିଂ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ଏହି ଖବରଟିକୁ ପଢନ୍ତୁ-ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଇଥିଲେ ସୁଦ୍ଧା ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଅନ୍ଧାର ଯୋଗୁଁ କିଛି ଦୃଶ୍ୟମାନ ହେଉନାହିଁ। ତେବେ ବିଜୁବାବୁଙ୍କ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ପାଳନକୁ ନେଇ ପଲ୍ଲୀରୁ ଦିଲ୍ଲୀଯାଏ ଏବେ ରାଜନୀତି ଜୋର ଧରିଥିବା ବେଳେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡକାଟ ଘଟଣା ମାହାଙ୍ଗା ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଜୟନ୍ତୀ ଉତ୍ସବ ପାଳନର ଅବ୍ୟବହିତ ପୂର୍ବରୁ ଏଭଳି ଘଟଣା ଓ ହୀନ ଚକ୍ରାନ୍ତକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୁର୍ବୃତ୍ତଙ୍କୁ ଅବିଳମ୍ୱେ ଗିରଫ କରିବା ନିମନ୍ତେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଜେଡି ନେତା ପ୍ରତାପ ଜେନା ଦୃଢ଼ ଦାବି କରିଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା ବୋଲି ଜ୍ୟୋତି ପ୍ରକାଶ ସ୍ୱାଇଁ କହିଛନ୍ତି । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପ୍ରତି ଏପରି ହୀନ ଆକ୍ରୋଶ ଗ୍ରହଣୀୟ ନୁହେଁ, ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରି ବୋଲି ପୂର୍ବତନ ସରପଞ୍ଚ କ୍ଷୀରୋଦ ପଣ୍ଡା ଦାବି କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.