କେସିଙ୍ଗା ଏନ୍ଏସି/ କଶୃପଡା ୧୨/୦୬: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ପଞ୍ଚାୟତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ "ବିକଶିତ ଗ୍ରାମ ବିକଶିତ ଓଡ଼ିଶା" କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଶୃପଡା ପଞ୍ଚାୟତ ବାସୀଙ୍କୁ ସରକାରଙ୍କ ପକ୍ଷରୁ ୫ ଜଣ ହିତାଧିକାରୀଙ୍କୁ ଜମିପଟ୍ଟା, ୨ ଜଣ ବିକଳାଙ୍ଗଙ୍କୁ ଚକଲଗା ଚୌକି ସାଇକେଲ, ୨ ଜଣ ହିତାଧିକାରୀଙ୍କୁ ରାସନ୍ କାର୍ଡ ଏବଂ ୫ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନା ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେସିଙ୍ଗା ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଜନ୍ମେଜୟ ସ୍ୱାଇଁ, ତହସିଲଦାର ଶ୍ରୀମତୀ ପ୍ରଶାନ୍ତି ପଧାନ, ସିଡ଼ିପିଓ ଶ୍ରୀମତୀ ସୁଷମା ମିଶ୍ର , କଶୃପଡା ରାଜସ୍ୱ ନିରୀକ୍ଷକ ଅଧିକାରୀ ଶ୍ରୀ ଡିଙ୍ଗର ପଟେଲ,କଶୃପଡା ସରପଞ୍ଚ ଶ୍ରୀମତୀ ଅରୁଣା ନାଏକ, ପିଇଓ ଶ୍ରୀମତୀ କୃତାଞ୍ଜଳି ମାଝି ଉପସ୍ଥିତ ଥିବାବେଳେ କଶୃପଡା ଯୋଗାଣ ସହାୟକ ଦୁର୍ଗାପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ କଶୃପଡା ପଞ୍ଚାୟତର କୁନି କୁନି ଛୁଆଙ୍କୁ ନେଇ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇଥିଲା ।