ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର

Published By : Harapriya Sethi | February 27, 2025 9:00 AM

ଭୁବନେଶ୍ୱର,୨୭/୦୨: ମହାଦେବଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଅଘଟଣ । ଭାରସାମ୍ୟ ହରାଇ ୨୦ ଫୁଟ୍‌ ବ୍ରିଜ୍‌ ତଳକୁ ଖସି ପଡିଲା ବାଇକ୍‌ । ଘଟଣା ସ୍ଥଳରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ପଟାଙ୍ଗି ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ଖରା ଏବଂ ଗଙ୍ଗାଧର ଗେମେଲ । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ପାଡୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ଚାଟୁଆ ନିକଟସ୍ତ ଅନ୍ଧାରିଘାଟ ବ୍ରିଜ୍‌ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ତିନି ଜଣ ଯୁବକ ଗୋଟିଏ ବାଇକ୍‌ରେ ଚାଟୁଆ ଗାଁକୁ ପବିତ୍ର ଶିବରାତ୍ରିରେ ମାହାଦେବଙ୍କ ଦର୍ଶନ କରିବାକୁ ଆସିଥିଲେ । ସେଠାରୁ ଫେରିବା ବେଳେ ଭାରସାମ୍ୟ ହରାଇ ତିନି ଜଣ ଅନ୍ଧାରିଘାଟ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପାଡୁଆ ପୋଲିସ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିଛି । ହେଲେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଜୀବନ ଚାଲିଯାଇଥିଲା । ଗୁରୁତର ଅବସ୍ଥାରେ ଜଣଙ୍କୁ ପାଡୁଆ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି ପୋଲିସ । ଏହା ସହ ମୃତଦେହ ଦ୍ୱୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି ପୋଲିସ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.