ଜଗତସିଂହପୁର,୧୦/୧୧: କଟକ-ପାରାଦୀପ ରାସ୍ତାର ତିର୍ତ୍ତୋଲ ନିକଟରେ ବାଇକ୍‌କୁ ଧକା ଦେଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ କନେଷ୍ଟବଲ ପ୍ରାଣ ହରାଇଛନ୍ତି । ମୃତକ କନଷ୍ଟେବଲ ସୁରୁଜା ପଣ୍ଡା ବୋଲି ଜଣାପଡ଼ିଛି । ସେ ତିର୍ତ୍ତୋଲ ଥାନାରେ କାର୍ଯ୍ୟରତ ଥିଲେ । 

ସୂଚନା ମୁତାବକ, କନଷ୍ଟେବଲ ସୁରୁଜା ମୁଣ୍ଡା ଫିଲଡରୁ ଡ୍ୟୁଟି ସାରି ନିଜ ବାଇକ୍‌ ଯୋଗେ ଥାନାକୁ ଫେରୁଥିଲେ । ଏହି ସମୟରେ ଆନନ୍ଦ ନାମକ ଯାତ୍ରୀବାହୀ ବସ୍‌ଟି ପାରାଦ୍ୱୀପରୁ କଟକ ଯାଉଥିଲା । ତିର୍ତ୍ତୋଲ ନିକଟରେ ଏହି ବସ୍‌ଟି ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ କନଷ୍ଟେବଲ ସୁରୁଜା । ଦୁର୍ଘଟଣା ଘଟାଇବା ପରେ ବସ୍‌ ଚାଳକ ଦ୍ରୁତ ଗତିରେ ବସ୍‌ ସହ ଫେରାର ହୋଇଯାଇଥିଲା । ଏହା ଦେଖି ତୁରନ୍ତ ସ୍ଥାନୀୟଲୋକେ ତିର୍ତ୍ତୋଲ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ତିର୍ତ୍ତୋଲ ପୋଲିସ ।