ଭୁବନେଶ୍ୱର,୦୬/୦୩: ଆଠମଲ୍ଲିକ ଧଳପୁର ବ୍ରିଜ୍‌ରେ ମର୍ମନ୍ତୁଦ ଦୁର୍ଘଟଣା । ମହାନଦୀ ପୋଲ ଉପରେ ଛିଡା ହେଇଥିବା ଟ୍ରଲର୍‌କୁ ପଛପଟୁ ପିଟିଲା ବାଇକ୍‌ । ଘଟଣା ସ୍ଥଳରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ । ମୃତକ ବୌଦ୍ଧ ଜିଲ୍ଲାର ଚାରିଛକ ଥାନା ମଣିପୁର ଗ୍ରାମର ପ୍ରକାଶ ଭୁକ୍ତା ବୋଲି ଜଣା ପଡ଼ିଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଧଳପୁର ବ୍ରିଜ୍‌ରେ ଏଭଳି ଘଟଣା ଘଟିଛି । 

ସ୍କର୍ପିଓକୁ ପିଟିଲା ହାଇୱା: ଜଣେ ମୃତ, ୩ ଗୁରୁତର

ସୂଚନା ମୁତାବକ, ବୁଧବାର ସନ୍ଧ୍ୟା ସମୟରେ ପ୍ରକାଶ ମହାନଦୀ ପୋଲ ଦେଇ ଆଠମଲ୍ଲିକ ଥାନାର କୁଦଗାଁ ଗ୍ରାମକୁ ଯାଉଥିଲେ । ପୋଲ ଉପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଟ୍ରଲର୍‌ ଛିଡା ହୋଇଥିଲା । ପ୍ରକାଶ ଦ୍ରୁତ ଗତିରେ ଗାଡ଼ି ଚଳାଇ ଟ୍ରଲର୍‌ ପଛପଟେ ବାଡେଇ ଦେଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଆଠମଲ୍ଲିକ ପୋଲିସ ଓ ଅଗ୍ନିଶ୍ରମ ବିଭାଗ ପହଞ୍ଚି ପ୍ରକାଶକୁ ଆଠମଲ୍ଲିକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ପ୍ରକାଶକୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛି ପୋଲିସ ।