ଭଦ୍ରକ, ୧୮/୧୨: ବ୍ରେକ ଡାଉନ୍ ଟ୍ରକ୍‌କୁ ପଛ ପଟୁ ଧକ୍କା ଦେଲା ବାଇକ୍‌ । ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଦୁଇଜଣଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ୧୬ ନମ୍ୱର ଜାତୀୟ ରାଜପଥ ନୂଆ ବସ୍‌ ଷ୍ଟାଣ୍ଡ ବ୍ରିଜ ଉପରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଏକ ବ୍ରେକ୍‌ ଡାଉନ୍‌ ଟ୍ରକ୍‌ ରାସ୍ତା କଡ଼ରେ ଠିଆ ହୋଇଥିଲା । ଏହି ସମୟରେ ଏକ ବାଇକ୍‌ ଦୃତ ଗତିରେ ଆସି ଉକ୍ତ ଟ୍ରକ୍‌କୁ ପଛ ପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତୁରନ୍ତ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରିଛି । ଏହା ସହ ବ୍ୟକ୍ତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।