ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ସିଆରପିଏଫ ଯବାନ ଗାଡ଼ି ଧକ୍କାରେ ବାଇକ୍ ଚାଳକ ଗୁରୁତର

Published By : Harapriya Sethi | November 11, 2024 1:49 PM

ମୋହନା,୧୧/୧୧: ସିଆରପିଏଫ ଯବାନଙ୍କ ଗାଡ଼ି ଧକ୍କାରେ ଗୁରୁତର ହେଲେ ବାଇକ୍‌ ଚାଳକ । ଯୁବକ ଜଣକ ରାୟଗଡା ଜିଲ୍ଲା ଡୁମ୍ବୁଳାପଦର ଗ୍ରାମର ସୁନିଲ ବେହେରା ବୋଲି ଜଣାପଡ଼ିଛି । ଗଜପତି ଜିଲ୍ଲା ଅଡବା ଥାନା ରାଇପଙ୍କାଠାରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ଡୁମ୍ବୁଳାପଦର ଗ୍ରାମର ସୁନିଲ ବେହେରା ନିଜ ବାଇକ୍‌ରେ ଯାତ୍ରା କରୁଥିଲେ । ରାଇପଙ୍କାଠାରେ ବାଇକ୍‌କୁ ସିଆରପିଏଫ ଯବାନଙ୍କ ଗାଡ଼ି ଧକ୍କା ଦେଇଥିଲା । ଫଳରେ ବାଇକ୍‌ ଚାଳକ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବିରିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି । ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.