ପାଟଣାଗଡ,୦/୧୧: ବଲାଙ୍ଗୀର ଜିଲ୍ଲା ଲାରମ୍ଭା ଥାନା ଜୁରିଆ ଭୁଲିଆବନ୍ଦନ ଗାଁ ନିକଟସ୍ଥ ପୋଖରୀ କୂଳରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍ ଓ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ୍ ଆରୋହୀ ଜୁରିଆ ଗାଁର ଡୋଲାମଣି ମେହେର (୫୨ବର୍ଷ) ବୋଲି ଜଣାପଡ଼ିଛି

ସୂଚନା ମୁତାବକ, ଜୁରିଆ ଗାଁର ଡୋଲାମଣି ଘରୁ ବାହାରି ସ୍ନାନ  ଏବଂ ଶୌଚ ଆଦି କାର୍ଯ୍ୟ କରିବା ପାଇଁ ଗାଁ ନିକଟସ୍ଥ ପୋରୀକୁ ଆସୁଥିଲେ । ଠିକ୍ ଏହି ସମୟରେ ପଦ୍ମପୁର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଡୋଲାମଣିଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଡୋଲାମଣିଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଲରମ୍ଭା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।