କୋକସରା/ଜୁନାଗଡ଼,୩୧/୦୭: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଜୁନାଗଡ଼ ବ୍ଲକ କାଲୋପଳା ନିକଟରେ ଦୁର୍ଘଟଣା। ବୁଧବାର ବିଳମ୍ବିତ ରାତ୍ରିରେ ଟ୍ରକ୍କୁ ଧକ୍କା ଦେଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ଜୁନାଗଡ଼ ବ୍ଲକ ମହିଚଲା ଗାଁର ବାସୁଦେବ ବେମାଲଙ୍କ ପୁଅ କାର୍ତ୍ତୀକେଶ୍ୱର ବେମାଲ । ସେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିବାବେଳେ କୋକସରା ବ୍ଲକ ଗଡ଼ରାମାଳରୁ କାର୍ଯ୍ୟ ସାରି ନିଜ ଗାଁକୁ ଯାଉଥିବା ବେଳେ ଅଘଟଣ ଘଟିଛି ।
ସୂଚନା ମତାବକ, ଏକ ଟ୍ରକ୍ କାଲୋପଳା ନିକଟରେ ସାର ଅନଲୋଡ଼ କରୁଥିବା ବେଳେ ବାଇକ୍ ଆରୋହୀ ଟ୍ରକ୍ ସହିତ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତଦେହ ରଖି ପରିବାର ଲୋକେ ଜୁନାଗଡ଼ ଜୟପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଧର୍ମଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ସୂଚନା ମିଳିଛି ।