ନୂଆଦିଲ୍ଲୀ : ୧୦ ହଜାର କୋଟି ଡଲାରରୁ ଅଧିକ ସଂପତ୍ତିର ମାଲିକ ଓ ନିଜ ଜୀବନର ଅନେକ ବର୍ଷ ଧରି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଭାବେ ଅନେକ ପ୍ରତିଷ୍ଠା ହାସଲ କରିଥିବା ବିଲ୍‌ ଗେଟ୍ସ ଏକ ସିଣ୍ଡ୍ରୋମ୍‌ରେ ପୀଡ଼ିତ। ନିକଟରେ ତାଙ୍କର ଝିଅ ଫୋବେ ଏହି କଥାର ଖୁଲାସା କରିଛନ୍ତି। ଫୋବେ କହିଛନ୍ତି ଯେ, ତାଙ୍କ ପିତା ତଥା ମାଇକ୍ରୋସଫ୍ଟର ସହ-ସଂସ୍ଥାପକ ଏସ୍ପରଗର ସିଣ୍ଡ୍ରୋମ୍‌ରେ ପୀଡ଼ିତ। କହି ରଖୁଛୁ କି ,୨୨ ବର୍ଷିୟ ଫୋବେ ଗେଟ୍‌ସ ବିଲ୍‌ ଗେଟ୍‌ସ ଓ ମେଲିଣ୍ଡା ଗେଟ୍ସଙ୍କ ଝିଅ। ବିଲ୍‌ ଓ ମେଲିଣ୍ଡା ୧୯୯୪ରେ ବିବାହ କରିଥିଲେ। ହେଲେ ୨୦୨୧ରେ ଉଭୟ ପରସ୍ପର ଠାରୁ ତଲାକ୍ ନେବାକୁ ନିଷ୍ପତ୍ତି ନେଇଥିଲେ।

ଫୋବେ ଗେଟ୍ସ ନିକଟରେ କଲ୍‌ ହର୍ ଡାଡି ନାମକ ଏକ ପଡକାଷ୍ଟରେ ନିଜର ପାର୍ଟନରଙ୍କ ସହ ବାପାଙ୍କୁ ଭେଟ କରାଇବାର ଅନୁଭବକୁ ସେୟାର କରି କହିଛନ୍ତି ଯେ, ସାମାଜିକ ଭାବେ ତାଙ୍କର ପିତାଙ୍କର ସ୍ୱଭାବ ବହୁତ ଅଲଗା। ସେ ହୋଷ୍ଟ ଏଲେକ୍ସ କୁପରଙ୍କୁ କହିଛନ୍ତି ,ସେହି ପିଲା ପାଇଁ ଏହା ଖୁବ୍‌ ଭୟଙ୍କର ଥିଲା। ହେଲେ ମୋ ପାଇଁ ଏହା ହାସ୍ୟାସ୍ପଦ , କାରଣ ମୋ ପିତା ସାମାଜିକ ଭାବେ ବହୁତ ଅଜବ। ଯେମିତି କି ସେ ପ୍ରଥମେ କହି ଥିଲେ, ତାଙ୍କୁ ଏସ୍ପରଗର ହୋଇଛି। ଏଥିପାଇଁ ମୋ ପାଇଁ ଏହା ମଜାଳିଆ ଥିଲା।

ଏହା ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରୀରେ ୬୯ ବର୍ଷିୟ ବିଲ୍‌ ଗେଟ୍ସ ନିଜ ମଧ୍ୟ ଏହି କଥାର ସଙ୍କେତ ଦେଇ ଥିଲେ। ସେ କହିଥିଲେ କି ପିଲାଦିନୁ ହିଁ ସେ କିଛି ମାତ୍ରାରେ ଅଲଗା ପ୍ରକାରର ଥିଲେ , ହେଲେ ତାଙ୍କୁ କେବେ ବି ଔପଚାରିକ ଭାବେ ଏହାର ଚିକିତ୍ସା କରାଇ ନାହାନ୍ତି। ବିଲ୍‌ ଗେଟ୍ସ ଏହା ମଧ୍ୟ କହିଥିଲେ ଯେ, ଯଦି ସେ ଆଜିର ସମୟରେ ବଡ଼ ହେଉଥିବା ଜଣେ ଯୁବକ ହୋଇଥାନ୍ତେ ତ ସମ୍ଭବତଃ ତାଙ୍କର ଆଟିଜିମ୍‌ ସ୍ପେକ୍ଟ୍ରମ୍‌ର ଚିକିତ୍ସା କରାଯାଇ ଥାନ୍ତା। ଗେଟ୍ସ କହିଥିଲେ ଯେ, ତାଙ୍କର ମାତା ପିତା ତାଙ୍କୁ ପିଲାଦିନୁ ଜଣେ ଡାକ୍ତରଙ୍କ ପାଖକୁ ନେଇ ଯାଇ ଥିଲେ , ଯିଏକି ବର୍ଷକରୁ ଅଧିକ ସମୟ ଯାଏ ମୋତେ ଏହା ବୁଝାଉ ଥିଲେ କି ତାଙ୍କର ଏହି ମାନସିକ ସ୍ଥିତି ଏକ ସକରାତ୍ମକ ଜିନିଷ ବି ହୋଇ ପାରେ।

ଏସ୍ପରଗର ସିଣ୍ଡ୍ରୋମ୍‌ ଆଟିଜିମ୍‌ ସ୍ପେକ୍ଟ୍ରମ୍‌ ଡିସଅର୍ଡର (ଏଏସଡି)ର ଏକ ଅଂଶ। ଏସ୍ପରଗର ସିଣ୍ଡ୍ରୋମ୍‌ ଥିବା ଲୋକଙ୍କୁ ଅନ୍ୟମାନଙ୍କ ସହ ସୋସିଆଲ ଭାବେ ଯୋଡ଼ି ହେବାରେ ସମସ୍ୟା ହୋଇପାରେ, କାରଣ ସେ ଅନ୍ୟର ଭାବନା ଓ ସଙ୍କେତଙ୍କୁ ବୁଝିବାରେ ମୁସ୍କିଲ ଅନୁଭବ କରି ପାରନ୍ତି। କେବେ କେବେ ଏମିତି ଲୋକ ଅନ୍ୟକ କଥାବାର୍ତ୍ତାକୁ ବୁଝିବା ଓ ନିଜର କଥାକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରିବାରେ ସଂଘର୍ଷ କରି ପାରନ୍ତି। ଏମିତି ଲୋକଙ୍କୁ ବ୍ୟବହାର ସମ୍ୱନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ। କିଛି ଲୋକଙ୍କ ବ୍ୟବହାରରେ ପୁନରାବୃତ୍ତି କାର୍ଯ୍ୟକଳାପ ଦେଖାଯାଇ ପାରେ।

ସାଧାରଣ ଲୋକକଙ୍କ ତୁଳନରେ ହୋଇଥାନ୍ତି ଅଧିକ ବୁଦ୍ଧିମାନ –

ହେଲେ ଏହି ସିଣ୍ଡ୍ରୋମରେ ପୀଡ଼ିତ ଲୋକଙ୍କ ଠାରେ ଅନେକ ଥର କିଥି ବିଶେଷ  ଦକ୍ଷତା ବି ଥାଏ। ଏମିତି ଦେଖା ଯାଇଛି ଯେ, ଏସ୍ପରଗର ସିଣ୍ଡ୍ରୋମ୍‌ ଥିବା ଲୋକଙ୍କ ସାଧାରଣତଃ ଅଧିକ ମାନସିକ କ୍ଷମତା ଥାଏ ଏବଂ ସେମାନେ  ସାଧାରଣ ଲୋକଙ୍କ ତୁଳନାରେ  ଅଧିକ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି। ଉଦାହରଣ ସ୍ୱରୂପ ଏମିତି ଲୋକଙ୍କ ମଧ୍ୟରେ ଭାଷାର ଦକ୍ଷତା ଭଲ ହୋଇଥାଏ । ଏଥିପାଇଁ ଏହାକୁ କେବେ କେବେ ‘ ଉଚ୍ଚ-କାର୍ଯ୍ୟକ୍ଷମତା ଅଟିଜିମ୍‌’ ମଧ୍ୟ କୁହାଯାଏ।

୨୦୧୫ରେ ପ୍ରକାଶିତ ଏକ ରିପୋର୍ଟ ମୁତାବିକ ବିଶ୍ୱ ସ୍ତରରେ ଜନସଂଖ୍ୟାର ପାଖାପାଖି ୦.୫ ପ୍ରତିଶକ ଅଂଶ ଅର୍ଥାତ୍‌ ୩୭.୨ ମିଲିୟନ ଲୋକ ଏସ୍ପରଗର ସିଣ୍ଡ୍ରୋମରେ ପ୍ରଭାବିତ ହୋଇପାରନ୍ତି।  ଅନ୍ୟପଟେ ବିଶେଷଜ୍ଞଙ୍କ ଅନୁସାରେ , ପ୍ରତି ୧୦୦୦ ଶିଶୁଙ୍କ ମଧ୍ୟରେ ୨ରୁ ୬ ଶିଶୁଙ୍କ ଠାରେ ଏହି ବିକାର ହୋଇଥାଏ। ଏଥିରେ ପୀଡ଼ିତ ଲୋକଙ୍କୁ ସାରା ଜୀବନ ଏହାସହ ଜିଇଁବାକୁ ପଡ଼ିଥାଏ।