ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ପିଲାଙ୍କୁ ସମ୍ପତ୍ତିର ମାତ୍ର ୧% ଦେବେ ବିଲ୍‌ ଗେଟ୍‌ସ, ୧୯୮ ବିଲିୟନ ଡଲାର ଦାନ କରିବାକୁ ଯୋଜନା

Published By : Krishna Priya | June 4, 2025 9:14 AM

ନୂଆଦିଲ୍ଲୀ ୦୪/୦୬: ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ନିଜ ସମ୍ପତ୍ତିର ଖୁବ୍‌ କମ୍‌ ଭାଗ ସେ ନିଜ ପିଲାମାନଙ୍କୁ ଦେବେ । ଅଧିକାଂଶ ଭାଗକୁ ସେ ଆଫ୍ରିକାରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ଉନ୍ନତ କରିବା ଦିଗରେ ବ୍ୟୟ କରିବେ । ଏହି କାର୍ଯ୍ୟ ଆଗାମୀ ୨୦ ବର୍ଷରେ କରାଯିବ । ଇଥିଓପିଆର ଅଦୀସ ଅବାବାରେ ଆଫ୍ରିକୀୟ ସଂଘ ମୁଖ୍ୟାଳୟଠାରେ ଉଦ୍‌ବୋଧନ ଦେଇ ଗେଟ୍‌ସ ଏହା କହିଛନ୍ତି । 

ସେ କହିଛନ୍ତି ଯେ, ତାଙ୍କର ଏହି ଉଦ୍ୟମ ଆଫ୍ରିକାର ଲୋକଙ୍କ ପ୍ରଗତିରେ ସହାୟକ ହେବ ଏବଂ ସମସ୍ତ ଲୋକଙ୍କ ସମୃଦ୍ଧି ଏହାଦ୍ୱାରା ସମ୍ଭବ ହେବ । ବ୍ଲୁମ୍‌ବର୍ଗ ଅରବପତି ସୂଚକାଙ୍କ ଅନୁସାରେ, ବିଲ୍‌ ଗେଟ୍‌ସଙ୍କ ନେଟ୍‌ ସମ୍ପତ୍ତି ଏବେ ୧୭୫ ବିଲିୟନ ଡଲାର ରହିଛି । ସେ ବିଶ୍ୱର ପଞ୍ଚମ ବୃହତ୍‌ ଧନୀ ବ୍ୟକ୍ତି । ଅନୁମାନ କରାଯାଉଛି ଯେ, ଆଗାମୀ ୨୦ ବର୍ଷ ଅର୍ଥାତ୍‌ ୨୦୪୫ ସୁଦ୍ଧା ତାଙ୍କର ନେଟ୍‌ ସମ୍ପତ୍ତି ୨୦୦ ବିଲିୟନ ଡଲାର ହୋଇଯିବ । ଏଭଳି କ୍ଷେତ୍ରରେ ସେ ନିଷ୍ପତ୍ତି ନେଇଛନ୍ତି ଯେ, ନିଜ ପିଲାମାନଙ୍କୁ ସେ ଏହାର ୧% ଅଂଶ ହିଁ ଦେବେ । ଅବଶିଷ୍ଟ ୯୯%କୁ ଦାନ କରିଦେବେ । ଅର୍ଥାତ୍‌ ବିଲ୍‌ ଗେଟ୍‌ସ ଆଗାମୀ ୨୦ ବର୍ଷରେ ଆଫ୍ରିକାକୁ ୧୯୮ ବିଲିୟନ ଡଲାର ଦାନ କରିବା ପାଇଁ ଯୋଜନା କରିଛନ୍ତି ।

ଗେଟ୍‌ସ ଆଫ୍ରିକୀୟ ସଂଘ ମୁଖ୍ୟାଳୟରେ ଉପସ୍ଥିତ ୧୨,୦୦୦ ଅଧିକାରୀ, ରାଜନେତା ଏବଂ ଯୁବପିଢ଼ିଙ୍କୁ କହିଲେ, ନିକଟରେ ମୁଁ ନିଷ୍ପତ୍ତି ନେଇଛି ଯେ, ମୋ ସମ୍ପତ୍ତିର ଅଧିକାଂଶ ଭାଗ ଆଗାମୀ ୨୦ ବର୍ଷରେ ଦାନ କରିଦେବି । ଏହି ଅର୍ଥରାଶିର ବୃହତ୍‌ ଭାଗ ଆଫ୍ରିକାରେ ଆସିବାକୁ ଥିବା ଅଧିକାଂଶ ସମସ୍ୟାର ସମାଧାନ କରିବାରେ ବ୍ୟୟ ହେବ । ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ବିକାଶର ସ୍ତମ୍ଭଗୁଡ଼ିକୁ ନେଇ ଗେଟ୍‌ସ ଉଦ୍‌ବୋଧନ ଦେଇଥିଲେ । ସେ କହିଲେ ଯେ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଜରିଆରେ ଲୋକଙ୍କ କ୍ଷମତା ବଢ଼ାଇ ଆଫ୍ରିକାର ପ୍ରତ୍ୟେକ ଦେଶ ବିକାଶ ଦିଗରେ ବଢ଼ିପାରିବ । ଏହି ରାସ୍ତାର ଏକ ଅଂଶ ହେବା ମୋ ପାଇଁ ରୋମାଞ୍ଚକ । ଗେଟ୍‌ସଙ୍କ ସଂସ୍ଥା ବିଲ୍‌ ଆଣ୍ଡ୍‌ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦେବ । ବିଶେଷ ଭାବେ ମା’ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟରେ ସୁଧାର ଉପରେ ଏହା ଧ୍ୟାନକେନ୍ଦ୍ରିତ କରିବ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.