ପ୍ରମୂଖ ଖବର
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଗରମରେ ଏସି ଚଲାଇଲେ ମଧ୍ୟ କମ୍‌ ଆସିବ ବିଲ୍‌ , ସରକାର ସେୟାର କଲେ ବିଦ୍ୟୁତ୍‌ ବଞ୍ଚାଇବାର ଟିପ୍ସ

Published By : Prameya | February 8, 2025 10:37 PM

ନୂଆଦିଲ୍ଲୀ : ଗରମ ଦିନରେ ବିଦ୍ୟୁତ୍‌ ବିଲ୍‌ ଅଧିକ ଆସି ଥାଏ। ଏହା ପଛରେ ବହୁତ କାରଣ ରହିଥାଏ। ସବୁଠୁ ବଡ଼ କାରଣ ହୋଇଥାଏ କି, ଏସି ଚଲାଇବା କାରଣରୁ ବିଦ୍ୟୁତ୍ ବିଲ୍‌ ଅଧିକ ଆସେ। ଆପଣଙ୍କୁ ଏମିତି ଟିପ୍ସ ଦେଉଛୁ , ଯାହା ସାହାଯ୍ୟରେ ଆପଣଙ୍କ ପାଇଁ ବିଦ୍ୟୁତ୍‌ର ସେଭିଂ କରିବା ସହଜ ହୋଇଯିବ। କେନ୍ଦ୍ର ଓ ରାଜ୍ୟ ସରକାର ସମୟାନୁସାରେ ଲୋକଙ୍କୁ ଏହା ବିଷୟରେ ସୂଚନା ଦିଅନ୍ତି, ଏଥିରେ ଆପଣଙ୍କୁ ଅନେକ ଜିନିଷରେ ବିଶେଷ ଧ୍ୟାନ ରଖିବାକୁ ହୋଇଥାଏ। 

କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ବିଦ୍ୟୁତ୍‌ ବଞ୍ଚାଇବାର ଟିପ୍ସରେ ସବୁଠୁ ପ୍ରମୁଖ ରୋଲ୍‌  ୱାଟର ପମ୍ପ, ଏସି ,କୁଲର ଓ ପଙ୍ଖା କଥା କହିଛି। ଯଦି ଆପଣ କୌଣସି ରୁମ୍‌ରେ ନାହାନ୍ତି ତ ଆପଣଙ୍କୁ ସେଠାରେ ପଙ୍ଖା ଚଲାଇବା ଉଚିତ୍‌ ନୁହେଁ। ଏମିତି କରିବା କାରଣରୁ ମଧ୍ୟ ଆପଣଙ୍କ ଘରର ବିଦ୍ୟୁତ୍ ବିଲ୍‌ ଅଧିକ ଆସିବ। ଯଦି ଆପଣ ମଧ୍ୟ ଏହି ସମସ୍ୟାରୁ ରକ୍ଷା ପାଇବାକୁ ଚାହାନ୍ତି ତ ,ସୁନିଶ୍ଚିତ କରିବା ଉଚିତ୍‌ କି ଆବଶ୍ୟକ ବେଳେ ହିଁ ବିଦ୍ୟୁତ୍‌ର ବ୍ୟବହାର କରନ୍ତୁ। ଏମିତି  ହେବାରେ ମଧ୍ୟ ଆପଣଙ୍କ ବିଦ୍ୟୁତ୍‌ର ବିଲ୍‌ ଖୁବ୍ କମ୍‌ ଆସିବ।

ପାଣିର ପମ୍ପ କେମିତି କଣ୍ଟ୍ରୋଲ କରିବେ –

ପାଣିର ପମ୍ପରେ ଯଦି ବିଦ୍ୟୁତ୍‌ ଅଧିକ ଆସେ ତ ଆପଣ ଆଲାର୍ମ ବେଲ୍‌ର ବ୍ୟବହାର ମଧ୍ୟ କରି ପାରିବେ। ଅର୍ଥାତ୍‌ ପାଣିର ପମ୍ପ ସାହାଯ୍ୟରେ ଆପଣଙ୍କ ପାଇଁ ଏମିତି କରିବା ଖୁବ୍‌ ସହଜ ହୋଇଯାଏ। ପାଣିର ପମ୍ପ ସାଧାରଣତଃ ଅଧିକ ବିଦ୍ୟୁତ୍‌ ଖର୍ଚ୍ଚ କରିଥାଏ ଏବଂ ଖରା ଦିନେ ଲୋକେ ଏହା ଉପରେ ଧ୍ୟାନ ମଧ୍ୟ ଦିଅନ୍ତି ନାହିଁ। ଆପଣଙ୍କୁ ଏହାର ମଧ୍ୟ ପୂରା ଧ୍ୟାନ ରଖିବାକୁ ହେବ। ଗୋଟିଏ ଭୁଲ କାରଣରୁ ଆପଣଙ୍କର ମୋଟରର କ୍ଷତି ହୋଇ ପାରେ। ଏହା ବ୍ୟତୀତ ମଧ୍ୟ ବହୁତ ଗୁଡ଼ିଏ ଡିଭାଇସ ଥାଏ ଯାହା ଗରମରେ ଅଧିକ ବ୍ୟବହୃତ ହୋଇଥାଏ।

ଏସିର ଚୟନ କରିବା ବେଳେ ରଖନ୍ତୁ ଧ୍ୟାନ -

ଏସିର ବ୍ୟବହାର କରିବା ବେଳେ ମଧ୍ୟ ଆପଣଙ୍କୁ ଧ୍ୟାନ ଦେବା ଉଚିତ୍‌। ଇନଭର୍ଟର ଓ ନନ୍‌-ଇନଭର୍ଟର ଏସିପ ମଧ୍ୟ ଆପଣଙ୍କୁ ପୂରା ଧ୍ୟାନ ରଖିବା ଉଚିତ୍‌। ଇନଭର୍ଟର ଏସିର ବ୍ୟବହାର କରିବା ଦ୍ୱାରା ମଧ୍ୟ ବିଦ୍ୟୁତ୍‌ର ସେଭ୍‌ ହୋଇଥାଏ, କାରଣ ଏହି ଉପାୟରେ ଡିଜାଇନ କରାଯାଏ । କମ୍ପ୍ରେସରର ଚୟନ ଖୁବ୍‌ ମହତ୍ତ୍ୱ ରଖି ଥାଏ। କମ୍ପ୍ରେସର ହିଁ ଏସିରେ ସବୁଠୁ ଅଧିକ ବିଦ୍ୟୁତ୍‌ର ଅପଚୟ କରିଥାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.