ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ରବିବାର ଠାରୁ ପୁରୁଣା ସ୍ଥାନରେ ଖୋଲିବ ବିରଜା ହାଟ

Published By : Suraj Kumar | December 12, 2024 7:50 PM

ଯାଜପୁର,୧୨।୧୨ : ଯାଜପୁର ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ । ଆସନ୍ତା ରବିବାର ଠାରୁ ଅସ୍ଥାୟୀ ଭାବେ ହାଟ ଚାଲିବାକୁ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ଯାଜପୁର ଜିଲ୍ଲାପାଳ । 

ହାଟ ବିବାଦ   ସମାଧାନ ପାଇଁ ଉଭୟ ସପକ୍ଷ ବାଦୀ ଓ ବିପକ୍ଷବାଦୀଙ୍କ ସହ ବୁଦ୍ଧିଜୀବୀ ,ବରିଷ୍ଠ ନାଗରିକ ଓ ମନ୍ଦିର ସେବାୟତ ମାନଙ୍କୁ ନେଇ ଗତ ସପ୍ତାହରେ ବୈଠକ୍ ବସିଥିଲା।  ପୁଣି ଗୁରୁବାର ବସିଥିବା ବୈଠକ ରେ ହାଟ ପୁରୁଣା ସ୍ଥାନ ବିରଜା ମନ୍ଦିର ନିକଟକୁ ଫେରିବା ସହ ଆସନ୍ତା ରବିବାର ଠାରୁ ହାଟ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ କହିଛନ୍ତି ।ହାଟ ଶହ ମନ୍ଦିର ପ୍ରକଳ୍ପ କାର୍ଯ୍ୟ କୁ ଅଗ୍ରଗତି କରିବା ପାଇଁ ନିଷ୍ପତ୍ତ ହୋଇଛି ।ଯାହାକୁ ନେଇ ଚାଷୀ ଓ ବ୍ୟବସାୟୀ ନିଜର ଦାବି ପୁରଣ ହୋଇଥିବା କହିଛନ୍ତି ।

ସୂଚନା ଅନୁଯାୟୀ ଗତ୍ ୨୦୨୪ ଜାନୁଆରୀ ୧୯ ତାରିଖ ଦିନ ବିରଜା ହାଟକୁ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ପାଇଁ  ସନ୍ଥ ମାଧବ ଅଞ୍ଚଳକୁ ସ୍ଥାନାନ୍ତରିତ କରାଯାଇଥିଲା । ସରକାର୍ ବଦଳିବା ପରେ ଚାଷୀ ଓ ବ୍ୟବସାୟୀ ପୁରୁଣା ଜାଗା ଅର୍ଥାତ୍ ମନ୍ଦିର ନିକଟ ହାଟକୁ ଫେରିବା ପାଇଁ ଦାବି କରି ବସିଥିଲେ । ଯାହାକୁ ନେଇ ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ଓ ଥାନା ଘେରାଉ ଘଟଣା ,ବିରଜା ହାଟରେ ବିବାଦ ଉପୁଜିଥିବା ସହ ରାସ୍ତା ରୋକ ଭଳି ବିବାଦ ଉପୁଜିଥିଲା । ତେଣୁ ଏହାର ସମାଧାନ ପାଇଁ ପ୍ରଶାସନ ଉଭୟଙ୍କୁ ଡାକି ଆଲୋଚନା କରିଥିଲେ।  ହାଟ ପୁଣି ପୁରୁଣା ଜାଗା କୁ ଫେରିବ ବୋଲି ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ କହିଛନ୍ତି ।ସେପଟରେ ଚାଷୀ ଓ ବ୍ୟବସାୟୀ ମଧ୍ୟ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.