ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ବିଜେବି କଲେଜକୁ ନାକ୍‌ ‘ଏ’ ଗ୍ରେଡ ମାନ୍ୟତା: ଗ୍ରେଡ୍‌ ବଜାୟ ରହିଲା, ସିଜିପିଏ କମିଲା

Published By : Prameya | February 15, 2025 11:47 AM

ଭୁବନେଶ୍ୱର,୧୫/୦୨: ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ନାକ୍‌ ‘ଏ’ ଗ୍ରେଡ୍‌ ମିଳିଛି । ମହାବିଦ୍ୟାଳୟ ପୂର୍ବ ଗ୍ରେଡ୍‌କୁ ବଜାୟ ରଖିଛି ସତ କିନ୍ତୁ  ସିଜିପିଏ କମିଛି । ୨୦୧୬ ମସିହା (ଦ୍ୱିତୀୟ ପର୍ଯ୍ୟାୟ)  ସମୟରେ ବିଜେବିକୁ ଏ ଗ୍ରେଡ୍‌ ସହ ସିଜିପିଏ ୩.୧୯ ପଏଣ୍ଟ ସ୍କେଲ୍‌ ମିଳିଥିଲା । ଚଳିତଥର ଏ ଗ୍ରେଡ୍‌ ପାଇଛି  ସତ ସିଜିପିଏ ୩.୧୧ ପଏଣ୍ଟ ସ୍କେଲ୍‌କୁ ଖସି ଆସିଛି । ଏହି  ମାନ୍ୟତା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ନାକ୍‌ ପକ୍ଷରୁ କଲେଜକୁ ଅବଗତ କରାଯାଇଛି । 

ଗତ ଜାନୁଆରୀ ୨୮ ଓ ୨୯ ଦୁଇଦିନ ଧରି ହିମାଳୟାନ୍‌  ବିଶ୍ୱବିଦ୍ୟାଳୟ କୁଳପତି ଡ. କେ ବେଣୁଗୋପାଳ ରାଓଙ୍କ  ନେତୃତ୍ୱରେ ତିନିଜଣିଆ ନାକ୍‌ ଟିମ୍‌ ମହାବିଦ୍ୟାଳୟ ଗସ୍ତରେ  ଆସି ଭିତ୍ତିଭୂମି ପରଖିଥିଲେ । ଏହାପରେ ରିପୋର୍ଟ ପ୍ରଦାନ  କରିଥିଲେ । ନାକ୍‌ର ରିପୋର୍ଟ ଅନୁଯାୟୀ କଲେଜକୁ  ଗୁଣାତ୍ମକ ଶିକ୍ଷାକୁ ବୃଦ୍ଧି କରିବା ଲାଗି ୧୦ ପଏଣ୍ଟ ଉପରେ  ଧ୍ୟାନ ଦେବାକୁ କହିଛନ୍ତି । କଲେଜରେ ଶିକ୍ଷକ ଓ ଅଣଶିକ୍ଷକ  ପଦବୀ ପୂରଣ କରିବାକୁ ନେଇ ଉପଦେଶ ଦେଇଛନ୍ତି ।  ସେହିପରି କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ପରୀକ୍ଷାଗାରରେ  ଅତ୍ୟାଧୁନିକ ଉପକରଣ ରଖିବା ଲାଗି କହିଛନ୍ତି । ସେହିପରି  କଲେଜରେ ଇଣ୍ଟର୍ନସିପ୍‌ ସହ କ୍ୟାମ୍ପସ ପ୍ଲେସ୍‌ମେଣ୍ଟକୁ ଧ୍ୟାନ  ଦେବାକୁ କହିଛନ୍ତି ।  

ଅନ୍ୟପଟେ ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ଝୁମ୍‌କୀ ରଥ  କହିଛନ୍ତି, ଆମ କଲେଜ ପୁଣି ନାକ୍‌ ଏ ଗ୍ରେଡ୍‌ ମାନ୍ୟତା  ପାଇଛି । ଏହା ଆମ ପାଇଁ ଗର୍ବର ବିଷୟ । ଆଗକୁ ଭଲ  କରିବା ପାଇଁ ଏହି ଗ୍ରେଡ୍‌ ଅଧିକ ପ୍ରୋତ୍ସାହିତ କରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.