ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଆଠଗଡ଼ ବ୍ଲକ୍ ସମ୍ମୁଖରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ; ଘଟଣାସ୍ଥଳରେ ଧାରା ୧୬୩ ଜାରି

Published By : Anindita Ratha | June 24, 2025 1:44 PM

ଆଠଗଡ଼,୨୪/୦୬: ଆଠଗଡ଼ ବ୍ଲକ୍ ସମ୍ମୁଖରେ ବିଜେଡି-ବିଜେପି ଖଣ୍ଡଯୁଦ୍ଧ। ମଙ୍ଗଳବାର କଟକ ଜିଲ୍ଲା ଆଠଗଡ଼ର ପଞ୍ଚାୟତ ସମିତି ବୈଠକ ବେଳେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଏବଂ ବିଜେପି କର୍ମୀମାନେ ମୁହାଁମୁହିଁ ହୋଇଥିଲେ । ଉଭୟ ଦଳର କର୍ମୀମାନେ ଅଣ୍ଡାମାଡ ଏବଂ ଢେଲାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ବ୍ଲକ୍ ଅଫିସ୍  ସମ୍ମୁଖ ରଣକ୍ଷେତ୍ର ପାଲଟି ଯାଇଥିଲା। 

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ବି ଉତ୍ତେଜନା ଥମି ନଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ୧୬୩ ଧାରା ଜାରି କରାଯାଇଛି । ପରିସ୍ଥିତି ଅଣାୟତ୍ତ ହେବାରୁ ଲୋକଙ୍କୁ ଘଉଡାଇବା ପାଇଁ ପୁଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା ।ଢେଲା ପଥର ମାଡ଼ରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ବଜିତ ମହାନ୍ତି, ସବ୍ ଇନ୍ସପେକ୍ଟର ବିଶ୍ବଜିତ ଜେନାଙ୍କ ସମେତ ୪ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ ଉଭୟ ଦଳର ଶତାଧିକ କର୍ମୀଙ୍କୁ ବିଜେଡି ଓ ବିଜେପି କର୍ମୀଙ୍କୁ ଅଟକ ରଖିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.