ଭୁବନେଶ୍ଵର, ୨୧/୦୨ : ରାଜ୍ୟ ବଜେଟ୍‌ କୁ ନେଇ ବିଜେଡିର ପ୍ରେସମିଟ୍। ସରକାରଙ୍କ ଉପରେ ବର୍ଷିଲେ ବିଜେଡି ନେତା। କହିଲେ ବିଜେଡି ସଭାପତି ଗତକାଲି ଗୋଟିଏ ବାକ୍ୟରେ ଉତ୍ତର ଦେଇଛନ୍ତି। ବଜେଟ୍ ର ଆକାର ବଢାଇଛନ୍ତି ବୋଲି ସରକାର ବାହାସ୍ପୋଟ ମାରୁଛନ୍ତି। ଏହା ବିଜେପିର ତୃତୀୟ ବଜେଟ୍। ସରକାର ରାଜ୍ୟବାସୀଙ୍କୁ ଋଣ ଭାରରେ ବୁଡ଼ାଇ ଦେଇଛନ୍ତି। ନବୀନ ବାବୁ ଦାୟିତ୍ଵ ନେଲା ବେଳେ ଓଡ଼ିଶା ଋଣଭାରରେ ବୁଡ଼ିଥିଲା। ହେଲେ ନବୀନ ଏହି ସ୍ଥିତିକୁ ବଦଳାଇଥିଲେ। ଗଲାବେଳେ ବିଜେପି ସରକାରକୁ ଏକ ସୁସ୍ଥ ଅର୍ଥନୀତି ଦେଇଥିଲେ। ହେଲେ ଏ ସରକାର ଗଲାବେଳେ ଏକ ଅସୁସ୍ଥ ଅର୍ଥନୀତି ଦେଇଯିବ। 

ବିଜେଡିର ୨୪ ବର୍ଷ ଭିତରେ ଓଡ଼ିଶାର ଋଣଭାର ୭୮ ହଜାର କୋଟି ଥିଲା। ଏବେ ୧ ଲକ୍ଷ ୫୫ ହାଜର କୋଟି ଟଙ୍କା ଋଣଭାର ହୋଇଗଲା। ଏମିତି ଚାଲିଲେ ରାଜ୍ୟ ଅନ୍ଧକାର ଭିତରକୁ ଚାଲିଯିବ। ଏ ବଜେଟରେ କୃଷକଙ୍କ ପାଇଁ କିଛି ନାହିଁ। ସ୍ୱାସ୍ଥ୍ୟ ବିଭାଗର ଅନୁଦାନ କମିଛି। ବେକାରୀ ସମସ୍ୟାର ସମାଧାନ ପାଇଁ କୌଣସି ବଜେଟ ନାହିଁ। ଏ ବଜେଟ ନିରାଶାଜନକ।  ଏହା ପ୍ରଚାର ସର୍ବସ୍ୱ ବଜେଟ। ରାଜ୍ୟ ବଜେଟକୁ ଖର୍ଚ୍ଚ କରିପାରୁ ନାହାନ୍ତି ସରକାର। କେନ୍ଦ୍ରୀୟ ଅନୁଦାନ କମୁଛି। କୃଷି ବଜେଟ କମୁଛି। ଆଜି ରାଜ୍ୟର ଅର୍ଥନୀତି ରେଡ୍ ଜୋନକୁ ପ୍ରବେଶ କରୁଛି। ରାଜ୍ୟର ଅଭିବୃଦ୍ଧି କମୁଛି ଓ ଋଣଭାର ବଢିଛି। ଖୋଲା ବଜାରରୁ ୪୦ ପ୍ରତିଶତ ଋଣ କରାଯାଇଛି।

ଏହି ଖବରଟିକୁ ପଢନ୍ତୁ- ଓଡ଼ିଶାରେ ବଢୁଛି ନିଶା କାରବାର, ଏଣିକି କାଚ ବୋତଲ ନୁହେଁ କାଗଜ ପ୍ୟାକେଟ୍‌ରେ ଆସିବ ମଦ