ଭୁବନେଶ୍ୱର, ୨୧/୦୨:  ଆଉ କାଚ ବୋତଲରେ ମିଳିବନି ମଦ। ଏଣିକି ଟେଟ୍ରା ପ୍ୟାକ୍‌ ରେ ଆସିବ ମଦ। ବିଧାନସଭାରେ ବିଧାୟକ ସନା ମହାକୁଡ଼ଙ୍କ ପ୍ରଶ୍ନରେ ଉତ୍ତର ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଅବକାରୀ ନୀତି ଅନୁସାରେ କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି। ଯାହା ପରିବେଶ ସୁରକ୍ଷା ପାଇଁ ମଧ୍ୟ ଅନୁକୂଳ। ଏହା ସହିତ, ପରିବେଶ ସୁରକ୍ଷାର ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା/ବ୍ୟକ୍ତିମାନଙ୍କୁ କାଚ ବୋତଲର ପୁନଃବ୍ୟବହାର ପାଇଁ ଉତ୍ସାହିତ କରିଛନ୍ତି।

ସେହିପରି ରାଜ୍ୟରେ ପ୍ରତିବର୍ଷ କ୍ରମାଗତ ଭାବରେ ମଦ ବିକ୍ରି ବଢି ଚାଲିଛି। ୧୦ ମାସରେ ୬ ହଜାର ୫୬୯ କୋଟି ଟଙ୍କାର ମଦ ପିଇ ଦେଇଛନ୍ତି ରାଜ୍ୟବାସୀ। ୧୦ ମାସରେ ୬୨୦ ଲକ୍ଷ ଲଣ୍ଡନ ପ୍ରୁଫ ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୧୦୯୨ ଲକ୍ଷ BULK ଲିଟର ବିଅର ଏବଂ ୯୭ ଲକ୍ଷ ଲଣ୍ଡନ ପ୍ରୁଫ ଲିଟର ଦେଶୀ ମଦ ବିକ୍ରି ହୋଇଛି। ୨୦୨୩-୨୪ରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪-୨୫ରେ ୮ ହଜାର ୧୯୫ କୋଟିର ରାଜସ୍ୱ ଆଦାୟ ହୋଇଛି। 

ଏହି ଖବରଟିକୁ ପଢନ୍ତୁ- ମାନୁ ନାହାଁନ୍ତି ଅମାନିଆ, କଟକଣାକୁ ଫୁ... ୨୦୨୪ ଜୁନରୁ ଏବେ ସୁଦ୍ଧା ଶ୍ରୀମନ୍ଦିର ଉପରେ ଉଡ଼ିଲାଣି ୧୦ ଥର ଡ୍ରୋନ୍