ଭୁବନେଶ୍ବର,୧୫।୫ : ଭାରତ ଏବେ ଯୁଦ୍ଧ ପରିସ୍ଥିତି ଦେଇ ଗତି କରୁଛି, ସାରା ଦେଶ ସେନାକୁ ପୂଜା କରୁଛି. କର୍ନେଲ ସୋଫିଆ କୁରେସୀ ପାଇଁ ଆମେ ଗର୍ବିତ।  ହେଲେ ମଧ୍ୟ ପ୍ରଦେଶ ମନ୍ତ୍ରୀ ତାଙ୍କୁ ଆତଙ୍କୀବାଦୀଙ୍କ ଭଉଣୀ  କହିଛନ୍ତି। ଏହାକୁ ବିଜେଡି ନିନ୍ଦା କରିଛି।  ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟୀ ସାହାଙ୍କ ଇସ୍ତଫା ଦାବି କରିଛନ୍ତି ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ।

ସେ କହିଛନ୍ତି ଯେ  ବର୍ତ୍ତମାନ ସେନାର ମୋରାଲ ବଢ଼ା ଯାଉଛି । ହେଲେ ମଧ୍ୟ ପ୍ରଦେଶର ବିଜେପି ଶାସନରେ ସୋଫିଆଙ୍କ ପରି ବୀରଙ୍କୁ ନେଇ ହୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ।  ସେନା ପରିବାରରୁ ସୋଫିଆ ଆସିଛନ୍ତି।  ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ।  ଯଦି ବିଜେପି ପାଖରେ ଦେଶ ପ୍ରେମର ରକ୍ତ ଅଛି, ଗିରଫ ବି କରନ୍ତୁ।  ଏପରି ମନ୍ତବ୍ୟ ଦେଶ ବିରୋଧୀ ବୋଲି ସେ କହିଛନ୍ତି।