ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

'ସରକାରରେ ଫେରିବାକୁ ବିଜେଡିକୁ ୫ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡିବନି, ସମୟକୁ ଅପେକ୍ଷା କରନ୍ତୁ'

Published By : Rasmita Pradhan | November 3, 2024 12:22 PM

ଭୁବନେଶ୍ଵର, ୦୩/୧୧ : ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ବିସ୍ଫୋରକ ବୟାନକୁ ନେଇ ପୁଣି ଜୋର୍ ଧରିଲା ଚର୍ଚ୍ଚା। ମୁନା ଖାଁ କହିଛନ୍ତି ଯେ, ସରକାରରେ ଫେରିବାକୁ ବିଜେଡିକୁ ୫ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡିବନି। ତା ପୂର୍ବରୁ ଫେରିପାରୁ। ବିଜେପି ପାଖରେ ପ୍ରାର୍ଥୀ କେଉଁଠି ଥିଲେ, ଅଧିକାଂଶ ଆମ ଲୋକ ସେଠି ଅଛନ୍ତି। ସମୟକୁ ଅପେକ୍ଷା କରନ୍ତୁ, ୟା ଠୁ ବେଶୀ ଆଉ କିଛି କହିପାରିବି ନାହିଁ।

ସେହିପରି ବିଜେପି ବିଧାୟକ ବିଜେଡି ଲିଙ୍କ୍‌ରେ ଥିବା ବିଷୟରେ ସେ ପ୍ରତିକ୍ରିୟା ରଖିଛନ୍ତି। ମୁନା ଖାଁ କହିଛନ୍ତି ଯେ, ବିଜେପି ବିଧାୟକ ବିଜେଡି ଲିଙ୍କ୍‌ରେ ଥିବା କଥା ମୁଁ ସଭାରେ କହିଛି, ମିଡିଆ ସାମ୍ନାରେ କହିନାହିଁ। ଯାହା ବି କହିଛି କର୍ମୀଙ୍କୁ କହିଛି। ଏହା ଆମର ରଣନୀତି। ମୁଁ ତାହା ଗଣମାଧ୍ୟମ ନିକଟରେ କହିପାରିବି ନାହିଁ। ସମୟକୁ ଅପେକ୍ଷା କରନ୍ତୁ। 


ମୁନା ଖାଁ କହିଛନ୍ତି ଯେ, ସରକାରକୁ ନେଇ ସବୁଠି ଅସନ୍ତୋଷ। ଜୟନାରାୟଣ ମିଶ୍ର ମୋ ବଡ ଭାଇ। ସାନ ଭାଇ ହିସାବରେ ତାଙ୍କୁ ପରାମର୍ଶ। ଦଳ ତାଙ୍କ ବିଷୟରେ ଚିନ୍ତା କରିନାହିଁ। ସେ କାହିଁକି ଦଳ ବିଷୟରେ ଚିନ୍ତା କରୁଛନ୍ତି। ଜୟନାରାୟଣ ମିଶ୍ର କେଉଁଠି ରହିବା କଥା କେଉଁଠି ଅଛନ୍ତି। ଦଳ ବିଷୟରେ ଚିନ୍ତା କରି ନିଜ ବିପି ବଢାନ୍ତୁନି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.