ଭୁବନେଶ୍ବର, ୨୨/୭ : ବର୍ତ୍ତମାନ ରାଜ୍ୟରେ ଦେଖାଦେଇଥିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ । ମଙ୍ଗଳବାର ଜଗତସିଂହପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡ଼ି ନେତ୍ରୀ ସୁଲୋଚନା ଦାସଙ୍କ ନେତୃତ୍ୱରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଜଗତସିଂହପୁର ଜିଲ୍ଲା ଗସ୍ତ କରିଥିଲା । ବିଜେଡି ପକ୍ଷରୁ କୁହାଯାଇଛି କି, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ବଦନାମ ହେଉଛି । ଗୋପାଳପୁର ଘଟଣା ପରେ ଆମେରିକା ରାଷ୍ଟ୍ରପତି ଓଡ଼ିଶାକୁ ଭର୍ସନା କରିଥିଲେ। ପାର୍ଲିଆମେଣ୍ଟରେ ଓଡ଼ିଶାରେ ନାରୀମାନଙ୍କ ଉପରେ ହେଉଥିବା ନିର୍ଯାତନା ପ୍ରସଙ୍ଗ ଉଠିଛି ।
ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରାୟ ବିପର୍ଯ୍ୟସ୍ତ । ସମସ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଉ। ମା’ଭଉଣୀଙ୍କୁ ସୁରକ୍ଷା ଯୋଗେଇ ନ ଦେଲେ ସଂଗ୍ରାମ ଆହୁରି ବ୍ୟାପକ କରାଯିବ। ତଦନ୍ତ ତା ବାଟରେ ଅପରାଧୀ ତା’ ବାଟରେ ଯାଉଛି । ସେହିଭଳି ବାଲେଶ୍ବର ଘଟଣାରେ ସିଟିଂ ଜଜ ତଦନ୍ତ କରିବାକୁ ବିଜେଡ଼ି ଦାବି କରିଥିଲେ ମଧ୍ୟ ତାହା ହୋଇପାରିଲା ନାହିଁ। ମହିଳାଙ୍କ ସୁରକ୍ଷା ନେଇ ବିଜେଡ଼ି କେବେ ଚୁପ ରହିବନି ବୋଲି ଦଳ ପକ୍ଷରୁ କୁହାଯାଇଛି ।