ଭୁବନେଶ୍ବର,୧୫/୩ : ବିଜେପି ବିରୋଧରେ ଅଭିଯୋଗ ଆଣିଲେ ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର। ବାଲିଗୁଡ଼ାର ବିଜେଡି ବିଧାୟକ ଚକ୍ରମଣି କହଁରକୁ ବିଜେପି ଲୁଚେଇ ରଖିଥିବା ଅଭିଯୋଗ ଆଣିଛନ୍ତି। ଯିଏ ବି ଗଣତନ୍ତ୍ରଙ୍କୁ ଅପମାନ କରୁଛନ୍ତି ସେମାନେ ହଇରାଣ ହେଇଛନ୍ତି ବୋଲି କହିଛନ୍ତି ଶ୍ରି ମିଶ୍ର।
ଘୋଡ଼ା ବେପାର ନୁହେଁ ଗଧ ବେପାର କରୁଛି ବିଜେପି । ଯେଉଁମାନେ ଘୋଡ଼ା ବେପାର କରୁଛନ୍ତି ସେମାନଙ୍କ କ୍ୟାରିୟର ଖରାଫ ହେଉଛି । ଯିଏ ଗଧ ହେବ ସେମାନେ ଏହି ବେପାରରେ ସାମିଲ ହେବ । ଯିଏ ଗଣତନ୍ତ୍ର ସାମିଲ ନ ହେଇପାରିବ ଗଧ ବେପାରରେ ସାମିଲ ହେବ । ବିଜେପିର ସମସ୍ତେ ଘୋଡ଼ା ବେପାରରେ ସାମିଲ ଅଛନ୍ତି । ଅଙ୍କ ନାହିଁ ଯଦି ସାଂସଦ ପଠେଇ ପାରିବେନି ତ ଅଲଗା ଦଳର ସଦସ୍ୟମାନଙ୍କୁ ତାଙ୍କ ଦଳରେ ଭୋଟ ଦେବାକୁ କହୁଛନ୍ତି। ସେଇଟା ହିଁ ଘୋଡ଼ା ବେପାର ଗଧ ବେପାର।
ବିଜେପି ବିଜେଡିର ଜଣେ ବିଧାୟକଙ୍କୁ କବଜାରେ ରଖିଛି । ଗଣତନ୍ତ୍ରର ନିୟମ ପାଳନ କରୁ ବିଜେପି । ଆମ ଦଳର ବିଧାୟକ ଆମ ପାଖକୁ ଫେରି ଆସୁ। ମୁଖ୍ୟମନ୍ତ୍ରୀ ବିଜେଡିର ବିଧାୟକଙ୍କୁ ନେଇକି ରଖିଛନ୍ତି। ବାଲିଗୁଡ଼ା ବିଧାୟକ କିପରି ବିଜେଡିର ପାର୍ଟି ମିଟିଂ ପହଁଚିବେ ସେ ନେଇ ଚେଷ୍ଟା କରନ୍ତୁ । ଗଣତନ୍ତ୍ର ପ୍ରଦ୍ଧତି ଅପମାନ କରାନଯାଉ। ଆସନ୍ତାକାଲି ନିର୍ବାଚନ ସୁରୁଖୁରୁରେ ହେବ। ବିଜେଡି ସମସ୍ତ ନେତା ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବେ। ବିଜେଡି ବିଧାୟକମାନେ କ୍ରଶ ଭୋଟିଂ କରିବେ ନାହିଁ।